ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭଲ ରାସ୍ତା ନ ଥିବାରୁ ୩ କିମି ପାହାଡିଆ ଘାଟି ରାସ୍ତାରେ ରୋଗୀକୁ ଭାରରେ ବୋହି ମୋହନା ଗୋଷ୍ଠୀ ସ୍ୱାସ୍ଯୁ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ।
ଏଭକି ଏକ ଘଟଣା ପୁଣି ଥରେ ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ହୁଏରୀ ଗାଁରେ । ଗାଁର ଜେଙ୍ଗେରା ମଲ୍ଲିକ ଜ୍ବରରେ ଅସୁସ୍ଥତା ହେବା ସହ ଦୁଇଟି ଗୋଡ ଫୁଲିଯିବା ଫଳରେ ଘରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ଏହା ଜାଣିବା ପରେ ତାଙ୍କ ପୁଅ ମିଟୁ ମଳିକ , କେଶବ ମଳିକ ଓ ଗ୍ରାମବାସୀ ୧୦୮କୁ ଫୋନ କରିଥିଲେ। କିନ୍ତୁ ୧୦୮ ସହ ଯୋଗାଯୋଗ ହୋଇ ନପାରିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ତାଙ୍କୁ ଘାଟି ରାସ୍ତାରେ ୩ କିମି ରୋଗୀକୁ ଭାରରେ ବୋହି ଗଣ୍ଡାପଦର ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରୁ ଏକ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ।
ଏଣୁ ଅଞ୍ଚଳବାସୀ ଅଭି ମଳିକ , ବିଜୟ ମଳିକ , ପ୍ରଶାନ୍ତ ମଳିକ , ମୁନା ମଳିକ ଦୁଃଖିତ ଥିବା ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉକି ଗତ କିଛି ମାସ ତଳେ ଗ୍ରାମର ସେବତୀ ମଳିକ (୫୫) ନିଜ ଘରେ କାମ କରୁଥିବା ବେଳେ ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ଯାହାଫଳରେ ତାଙ୍କୁ ଗାଁ ଲୋକେ ଦୋଳା କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହିପରି ଗତ ଡିସେମ୍ବର ମାସରେ ଗ୍ରାମର ଆଉ ଜଣେ ମହିଳା ଓ ନବଜାତ ଶିଶୁଙ୍କ ଚିକିତ୍ସା ପାଇଁ ଗାଁଲୋକେ ଦୋଳାରେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।
Sign in
Sign in
Recover your password.
A password will be e-mailed to you.