ଭୁବନେଶ୍ବର; ଯୁବ କବୟିତ୍ରୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ”ଅସ୍ତରାଗ”ର ଉନ୍ମୋଚନ ପର୍ବ ଭୁବନେଶ୍ୱରର କେଶରୀ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରସିଦ୍ଧ କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା,ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ଡ଼. ହୃଷୀକେଶ ମଲ୍ଲିକ,ଖ୍ୟାତନାମା ସାହିତ୍ୟିକା ତଥା ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୟିତ୍ରୀ ମମତା ଦାଶ, ବିଶିଷ୍ଟ କଥାକାର ଆର୍ଯ୍ୟ ଯଜ୍ଞଦତ୍ତ ଏବଂ ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ ଯୋଗଦେଇ ଏହି ପୁସ୍ତକଟିର ଉନ୍ମୋଚନ କରିବା ସହ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମଟି କବୟିତ୍ରୀ ଶ୍ରୀମତୀ ସୁନନ୍ଦା ବି. ମହାପାତ୍ରଙ୍କ ଦ୍ଵାରା ବେଶ ମନୋଜ୍ଞ ଢଙ୍ଗରେ ସଞ୍ଚାଳିତ କରାଯାଇଥିଲା । ଅସ୍ତରାଗର କବୟିତ୍ରୀ ଦୀପିକା ଦାଶ ତାଙ୍କ ବକ୍ତବ୍ୟରେ ନିଜ ସାରସ୍ୱତ ଯାତ୍ରା ବିଷୟରେ ବେଶ ମର୍ମସ୍ପର୍ଶୀ କଥା ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଜାହ୍ନବୀ ଚୌଧୁରୀ ଏହି ସଭାର ଶେଷସ୍ପର୍ଶ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ । ଏହି ସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଶେଷ ସାହିତ୍ୟ ପ୍ରତିଭାଧାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ପାଣିଗ୍ରାହୀ,ପ୍ରମୋଦ ପ୍ରଧାନ,ଅନୁପ ମିଶ୍ର,କନକଲତା ଦାଶ,ଜ୍ଞାନେନ୍ଦ୍ର କୁମାର ପଣ୍ଡା,ରଶ୍ମି ସାମଲ ତଥା ଅନେକ ମାନ୍ୟଗଣ୍ୟ ସାହିତ୍ୟିକ ଯୋଗଦେଇ ଅସ୍ତରାଗ ସମ୍ପର୍କରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.