ବ୍ଳକସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ।

0

ଉମରକୋଟ/ଜିତେନ୍ଦ୍ର ମହାନ୍ତି –ଉମରକୋଟ ବ୍ଳକ ସଭା ଗୃହ ଠାରେ ବ୍ଳକ ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପିଡି ଡିଆରଡିଏ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉମରକୋଟ ବିଡିଓ ହିମାଞ୍ଚଳ ମାଝୀ, ତହସିଲଦାର ଏନ. ଜଗତ ଜୀବନ ଚୌଧୁରୀ, ବ୍ଳକ ଅଧ୍ୟକ୍ଷା ସୁଶିଳା ମାଝୀ, ଉପାଧ୍ୟକ୍ଷ ଶ୍ୟାମଳ ସରକାର, ପୌର ଅଧ୍ୟକ୍ଷା ରାଧା ଭତ୍ରା, ଥାନାଧିକାରୀ ଦୀପକ କୁମାର ଜେନାଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଉମରକୋଟ ବିଡ଼ିଓ ହିମାଚଳ ମାଝୀ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କିଭଳି ପରିସ୍ଥିତିର ମୁକାବିଲା କରାଯିବ, ଗର୍ଭବତୀ ଏବଂ ଶିଶୁଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ନେଇ ସେମାନଙ୍କର ସଠିକ ଯତ୍ନ ନିଆଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଶେଷରେ ବିଡ଼ିଓ ହିମାଞ୍ଚଳ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.