ଦିଲ୍ଲୀ ପୁଲିସର ଦମନଲୀଳାକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସର ଦୃଢ଼ ନିନ୍ଦା ଓ ବିକ୍ଷୋଭ ପ୍ରଦର୍ଶନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଦିନ କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳା ବିରୋଧରେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଦର ମହକୁମାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ତଥା ବି.ଏସ.ଏନ.ଏଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗ ଉଦବୋଧନ ଦେଇ ଦିଲ୍ଲୀ ପୁଲିସ ଯେଉଁଭଳି ୨୪ ଆକବର ରୋଡ଼ , ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଏବଂ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକର୍ତା ଓ କର୍ମୀଙ୍କୁ କାର୍ଯ୍ୟାଳୟ ଭିତରକୁ ନ ଛାଡ଼ିବା ଏହା ସ୍ୱାଧୀନ ଭାରତ ବର୍ଷରେ କେବେ ଦେଖାଯାଇ ନଥଲା। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରି ଦିଲ୍ଲୀ ପୁଲିସ୍‌ କର୍ମକର୍ତାମାନଙ୍କୁ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରିବାକୁ ଦେଲା ନାହିଁ ଏବଂ ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କ ଉପରେ ଲାଠିମାଡ଼ କଲା। କାହା ନିର୍ଦ୍ଦେଶରେ ଏଭଳି କାମ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଏବଂ ବର୍ତମାନ ସାଂସଦ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଲଗାତାର ୩ ଦିନ ଧରି ଇ.ଡ଼ି ପଚରା ଉଚରା ପାଇଁ ଡାକୁଛନ୍ତି, ଯେଉଁଥିରେ ମନି ଲଣ୍ଡରିଙ୍ଗ ହୋଇଥିବାର ସାମାନ୍ୟତମ ଯଥାର୍ଥତା ନାହିଁ। କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନମାନସରେ ନିନ୍ଦିତ କରିବା ପାଇଁ ଏକଛତ୍ରବାଦୀ ଶାସନ ନରେନ୍ଦ୍ର ମୋଦୀଙ୍କ ବିଜେପି ସରକାର ସିବିଆଇ , ଆଇ.ଟି ଓ ଇ.ଡ଼ି ଆଦି ସଂସ୍ଥାକୁ ହାତ ବାରିଶ୍ କରି ବିରୋଧି ବିଶେଷ କରି କଂଗ୍ରେସର ନେତାମାନଙ୍କୁ ଶିକାର କରୁଛନ୍ତି। କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି ବୋଲି କହିଛନ୍ତି।
ଏଥିରେ ଜିଲ୍ଲା ଉପସଭାପତି ବସନ୍ତ ପଣ୍ଡା , ସଂଜୟ ଅଧିକାରୀ ,ସଂଗ୍ରାମ ସାହୁ , ତ୍ରୀନାଥ ପାତ୍ର , ଗୁମ୍ମା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ , ଲଳିତ ମୋହନ ଦଣ୍ତସେନା , ମଣ୍ଟୁ ପାଣି , ବହୁ ସରପଞ୍ଚ ସମିତି ସଭ୍ୟ , ରମେଶ ପ୍ରଧାନି ,ମଫେଲ ଲିମା , ନବୀନ ରଚିତ , ମୋହନା ବ୍ଲକ ସଭାପତି , ଆର୍ ଉଦୟଗିରି ବ୍ଳକ ସଭାପତି , ରାୟଗଡା ବ୍ଲକ ସଭାପତି , ନୂଆଗଡ ବ୍ଲକ ସଭାପତି , କାଶୀନଗର ବ୍ଲକ ସଭାପତି , ସମସ୍ତ ବ୍ଲକ୍ ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.