ଭୁବନେଶ୍ୱର–ସାଧାରଣତଃ, ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତ ସଂଗ୍ରହ ଖୁବ୍ କମ୍ ପରିମାଣର ହୋଇଥାଏ । ସେଥିପାଇଁ ଥାଲାସେମିଆ, ସିକିଲସେଲ ଓ ରକ୍ତହୀନତା ଆଦି ରୋଗରେ ପୀଡ଼ିତ ରୋଗୀମାନେ ରକ୍ତ ପାଇଁ ଡହଳ ବିକଳ ହୋଇଥାନ୍ତି । ଦୈନନ୍ଦିନ ଲୋକମାନଙ୍କର ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ଦ୍ଵାରା ମାତ୍ର ୨୦ମାସରେ ୨ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ହୋଇପାରିଛି । ଏହି ଅଭୂତପୂର୍ବ ସଫଳତା ପଛରେ ରକ୍ତଦାତା ମାନଙ୍କର ଅବଦାନ ଅତୁଳନୀୟ ।
୨୦୦୪ ମସିହାରୁ ‘ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ’ର ଅନୁମୋଦନକ୍ରମେ ପ୍ରତି ବର୍ଷ ଜୁନ ୧୪ରେ ପାଳନ କରାଯାଉଛି ‘ବିଶ୍ଵ ରକ୍ତ ଦାତା ଦିବସ’ ।
ଏହି ଅବସରରେ ରକ୍ତଦାନ କରି ଏକ ସ୍ମରଣୀୟ ଦିବସ ରୂପେ ପ୍ରତିପାଳନ କରିବାକୁ ଓଡ଼ିଶା ମୋ ପରିବାର ପକ୍ଷରୁ ଆସନ୍ତା ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏକ ବିଶେଷ ସ୍ଵେଚ୍ଛାକୃତ ରକ୍ତଦାନ ଅଭିଯାନ “ରକ୍ତଦାନ ସପ୍ତାହ” ଆରମ୍ଭ କରିବାକୁ ଆହ୍ଵାନ ଦିଆଯାଇଛି ।
ମୂଲ୍ୟବାନ ଜୀବନ ଯେପରି ରକ୍ତ ପାଇଁ ସଂକଟମୟ ପରିସ୍ଥିତିର ସାମ୍ନା ନ କରୁ, ସେଥିପାଇଁ ସ୍ଵଇଚ୍ଛାରେ ଏହି ମହତ ଉଦ୍ଦେଶ୍ୟରେ ସାମିଲ ହୋଇ ରକ୍ତଦାନ କରିବାକୁ ଓଡ଼ିଶା ମୋ ପରିବାର ଜନସାଧାରଣଙ୍କୁ ଆହ୍ଵାନ ଦେଉଛି ।
Sign in
Sign in
Recover your password.
A password will be e-mailed to you.