ସୁବର୍ଣ୍ଣପୁର,(ପ୍ରକାଶ ହାତୀ ): ଆଜି ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ରେ ଏକ ଜିଲ୍ଲା ସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ l ଡା. ବିଶ୍ୱ ରଂଜନ ପତି, ସି. ଡି. ଏମ. ଓ., ଡା. ପ୍ରଦୀପ କୁମାର ଗୁରୁ, ଏ ଡି ଏମ ଓ, ଡା. ମଞ୍ଜୁରାଣୀ ସିଂ, ଏ ଡି ପି ଏଚ ଓ ( ପରିବାର କଲ୍ୟାଣ ) ସହିତ ଜିଲ୍ଲା ଓ ବ୍ଲକ ସ୍ତର ର ସ୍ୱାସ୍ଥ୍ୟ ଅଧିକାରୀ ମାନେ ଏହି ବୈଠକ ରେ ଅଂଶ ଗ୍ରହଣ କରିଥିଲେ l ତଥ୍ୟ ରୁ ଜଣାପଡିଲା ଯେ ସୁବର୍ଣ୍ଣପୁର ଜିଲ୍ଲା ରେ ସମ୍ପୂର୍ଣ୍ଣ ଟୀକାକରଣ 2021 ..22 ବର୍ଷ ରେ 89% ରହିଥିଲା l ତେଣୁ ଆଗାମୀ ଦିନରେ ଟୀକାକରଣ କୁ ବ୍ୟାପକ କରି ଶତକଡା 100% ରେ ପହଞ୍ଚାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ l ସି ଡି ଏମ ଓ ଡା. ପତି ସୁବର୍ଣ୍ଣପୁର ଜିଲ୍ଲାର ଅପହଞ୍ଚ ଅଂଚଳରେ ସ୍ୱତନ୍ତ୍ର ଟୀକାକରଣ ଅଧିବେଶନ ତଥା ଜିଲ୍ଲାର ତିନୋଟି ସହରାଞ୍ଚଳରେ ଶିଶୁମାନଙ୍କର ଟୀକାକରଣ କୁ ବ୍ୟାପକ କରି ଟୀକାକରଣ ହାର ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ l ଏହା ସହିତ ପାଞ୍ଚ ବର୍ଷରେ ଦିଆଯାଉଥିବା ଡି. ପି. ଟି. କିଶୋର / କିଶୋରୀ ଙ୍କୁ ଟି ଡି ଭେକସିନ କୁ ମଧ୍ୟ ବ୍ୟାପକ କରିବାକୁ ସୂଚନା ପ୍ରଦାନ କରିଥିଲେ l ସର୍ବ ଶେଷରେ ଡେପୁଟି ମ୍ୟାନେଜର ସୁଧାଂଶୁ ଶେଖର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.