ଭେଂଟିଲେଟରରୁ ବାହାରିଲା ଜଗା , କାଳିଆର ଭଲ ହେବାକୁ ଅପେକ୍ଷା 

0

 

ଦିଲ୍ଲୀ ଯାଇ ଅବସ୍ଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ.

ଭୁବନେଶ୍ୱର : ଜଗାବଳିଆଙ୍କ ସ୍ୱାସ୍ଥ୍ୟ ପାଇଁ ରାଜ୍ୟବ୍ୟାପୀ ପ୍ରଦୀପ ପ୍ରଜ୍ଜ୍ୱଳନ ଚାଲିଥିବା ବେଳେ ରାଜ୍ୟ ସରକାର ବିଶେଷଜ୍ଞଙ୍କ ସହ ଲଗାତାର ଯୋଗାଯୋଗରେ ରହି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ମନିଟର କରୁଛନ୍ତି  । ସବୁଠାରୁ ବଡ଼କଥା ହେଲା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବ୍ୟକ୍ତିଗତ ଆଗ୍ରହ ହେଇ ବାରମ୍ବାର ଦିଲ୍ଲୀ ଗସ୍ତ କରି ହେଉ ଅବା ଟେଲିଫୋନ ଯୋଗେ ହେଉ ହନି ଆଉ ଲକିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି । ଆଶା ଆଶଙ୍କା ଭିତରେ ଚାଲିଛି ସେମାନଙ୍କ ଚିକିତ୍ସା । କେତେବେଳେ ଭଲ ଖବର ତାକେତେବେଳେ ଟେନସାନିଆ ଖବର ଆସୁଛି । ଜଗା ମଙ୍ଗଳବାର ଭେଂଟିଲେଟରରୁ ବାହାରିଛି । ତାକୁ  ଆଇସିୟୁରେ ରଖାଯାଇଛି । ସେ ସ୍ୱାଭାବିକ ନିଃଶ୍ୱାସ ପ୍ରଶ୍ୱାସ ନେଉଛି ଓ କଥା ବୁଝୁଛି । ଜଗା ତା’ ମାଆ କଥା ବୁଝୁଛି । ମାଆ କହିଲେ ହାତ ଗୋଡ଼ ହଲାଉଛି । ଖିଆପିଆ କଲେ ଆମେ ତାକୁ ସାଧାରଣ ୱାର୍ଡକୁ ନେବୁ ବୋଲି ଦିଲ୍ଲୀ ଏମ୍ସର ନ୍ୟୁରୋ ବିଭାଗର ମୁଖ୍ୟ ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି  ।

ସେ ଆହୁରି କହିଛନ୍ତି, ଜଗା, କାଳିଆଙ୍କ ଅପରେସନ ବହୁତ କ୍ରିଟିକାଲ ଥିଲା । ଆମ ଆଶା ଅନୁସାରେ ଉଭୟଙ୍କ ଉତ୍ତତି ଘଟୁଛି । ଜଗା ଅପେକ୍ଷା କାଳିଆ ଟିକେ ଦୁର୍ବଳ ଥିଲା । କାଳିଆର ବାତ ଥିଲା । ତାକୁ ଔଷଧ ଦିଆଯାଉଛି । ନିଦ ପାଇଁ ଔଷଧ ଦିଆଯାଉଥିବାରୁ ସେ ମାନ୍ଦା ରହୁଛି । ଔଷଧ ପ୍ରଭାବରୁ ବାହାରିଲେ ସେ ହାତ ଗୋଡ଼ ହଲାଉଛି ବୋଲି ସେ କହିଛନ୍ତି  ।

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀ ଏମସ୍ ଯାଇ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି  । ଜଗା-କାଳିଆଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହିତ ମନ୍ତ୍ରୀ ଶ୍ରୀ ଜେନା ଏସମ୍ପର୍କରେ ଆଲୋଚନା କରିଛନ୍ତି । ଜଗା, କାଳିଆଙ୍କୁ ଦେଖିବା ପରେ  ମନ୍ତ୍ରୀ କହିଛନ୍ତି, ଜଗା ଅବସ୍ଥା ଭଲ ଅଛି  । ଦୁଇରୁ ଚାରି ଦିନ ଭିତରେ ୱାର୍ଡକୁ  ଆସିବ । କାଳିଆକୁ ବ ର୍ମାନ ବି ଓଟିର ଏକ  ଆଇସିୟୁରେ ରଖାଯାଇଛି । ଉଭୟଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଦିଲ୍ଲୀସ୍ଥିତ ଏମସ୍ ଠାରେ ଚିକିତ୍ସାଧୀନ ଥିବା କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯିବା ପରେ ଗତ ୨୫ ତାରିଖରେ ଅଲଗା କରାଯାଇଥିଲା । 

 

 

Leave A Reply

Your email address will not be published.