ଓଡିଶା ଅର୍ଥ ସେବା(ଓଏଫଏସ)ର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କୁମାର ରାଉତ ଓ ପଂଚାୟତିରାଜ ସେବାର ବରିଷ୍ଠ ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଣ ଓଏଏସ ବର୍ଗରୁ ଚଳିତବର୍ଷ ଏହି ଦୁଇ ଅଧିକାରୀଙ୍କ ଆଇଏସ ପାହ୍ୟାକୁ ପଦୋନ୍ନତି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପର୍ସୋନେଲ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିଛି । ସମ୍ପ୍ରତି ଶ୍ରୀ ରାଉତ ଅର୍ଥ ବିଭାଗର ଅତିରିକ୍ତ ସଚିବ ଥିବା ବେଳେ ଶ୍ରୀ ପ୍ରଧାନ ପଂଚାୟତି ରାଜ ବିଭାଗର ଯୁଗ୍ମ ନିଦେ୍ର୍ଧଶକ ଅଛନ୍ତି । ଖବୁଶୀଘ୍ର ଏହି ଦୁଇ ନୂଆ ଆଇଏଏସ ଅଧିକାରୀଙ୍କୁ ନୂତନ ନିଯୁକ୍ତି ମିଳିବ ।
Sign in
Sign in
Recover your password.
A password will be e-mailed to you.