ଜାମିନ୍ ଆବେଦନ ଖାରଜ ,ଜେଲ ଗଲେ ବିଧାୟକ ପ୍ରଭାତ ବିଶ୍ୱାଳ

0

 

ଭୁୁବନେଶ୍ୱର, – ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ଏହାକୁ ଖାରଜ କରିଛନ୍ତି ।  ଶନିବାର ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା  ।    

ଏହା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା  । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା  । ଶନିବାର ଶ୍ରୀ ବିଶ୍ୱାଳଙ୍କର ଏକ୍ସ ରେ ଓ ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା  ।  ଆବଶ୍ୟକ ପଡିଲେ କଟକରୁ ଡାକ୍ତର ଆସି ତାଙ୍କର ଚିକିତ୍ସା କରିବେ  । ସୂଚନାଯୋଗ୍ୟ ଯେ ଗତକାଲି ତାଙ୍କୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ କୋର୍ଟରେ ହାଜର କରାଯାଇଥିଲା  । ସେଠାରୁ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା  । ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କୋର୍ଟ ଜେଲ ସୁପରିଟେଣ୍ଡେଂଟଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ଜେଲରେ ପହଂଚିବା ପରେ ଜେଲ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ତେବେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା  ।ଅନ୍ୟପକ୍ଷରେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କରେ ସୂଚନା ଦେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଚିତ ରଂଜନ ଦାଶ କହିଛନ୍ତି ଯେ ବିଧାୟକଙ୍କ ରକ୍ତଚାପ ସ୍ୱାଭାବିକ ରହିଛି  । ତେବେ ସେ ଦୁର୍ବଳ ଅନୁଭବ କରିଥିବା କହିବାରୁ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି  । ଆବଶ୍ୟକ ପଡିଲେ କଟକରୁ ଡାକ୍ତର ଆସିବେ ବୋଲି ସେ କହିଛନ୍ତି  । 

Leave A Reply

Your email address will not be published.