ଭୁବନେଶ୍ୱର- ଫେସବୁକର ଗ୍ଲୋବାଲ ବୁଷ୍ଟ ଇଓର ବିଜ୍ନେସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୨୫୦ ଜଣ ଅଣୁ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋÂୀର ସଦସ୍ୟସଦସ୍ୟାଙ୍କୁ ଡିଜିଟାଲ ବିପଣନ ଦକ୍ଷତାରେ ବାଲେଶ୍ୱରଠାରେ ପ୍ରଶିକ୍ଷିତ କରାଯାଇଛି । ସେଥିମଧ୍ୟରୁ ୭୮୦ ଜଣ ଫେସବୁକ ପେଜ୍ ସୃଷ୍ଟି କରିଛନ୍ତି । ବୁଷ୍ଟ ଇଓର ବିଜ୍ନେସ୍ କ୍ରମରେ ଏହା ଦ୍ୱିତୀୟ କାର୍ଯ୍ୟକ୍ରମ । ଏଥିରେ ଫେସବୁକ ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏବଂ ମିଶନ ଶକ୍ତି ପ୍ରକଳ୍ପ ସହିତ ଅଂଶୀଦାର ଭାବେ ରାଜ୍ୟର ୨୫ ହଜାର ଉଦ୍ୟୋଗୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛି । ସୂଚନାଯୋଗ୍ୟ ପ୍ରଥମ କାର୍ଯ୍ୟକ୍ରମ ଗତ ଅଗଷ୍ଟ ୧୦ ତାରିଖରେ ଭୁବନେଶ୍ୱରଠାରେ ଅନୁÂିତ ହୋଇଥିଲା ଓ ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ।
ବାଲେଶ୍ୱରସ୍ଥିତ ଏନ୍ଓସିସିଅ ହଲ୍ରେ ଅ ।ୟୋଜିତ ଏହି କାର୍ଯ୍ୟକ୍ରମକୁ ଏମ୍ଏସ୍ଏମ୍ଇ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଉଦ୍ଘାଟନ କରିଥିଲେ । ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଫେସବୁକ ଦ୍ୱାରା ପ୍ରଶିକ୍ଷଣ ପାଇବାକୁ ଥିବା ଅଣୁ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଦଳର ସଦସ୍ୟସଦସ୍ୟାମାନଙ୍କର ଡିଜିଟାଲ ସଶକ୍ତିକରଣ ହୋଇପାରିବ । ଏହା ଦ୍ୱାରା ସେମାନଙ୍କର ବ୍ୟବସାୟ, ଉତ୍ପାଦ ଓ ସେବାର ଡିଜିଟାଲ ବିକାଶ ସମ୍ଭବ ହୋଇପାରିବ । ସେ ଅ ହୁରି କହିଥିଲେ ଯେ ଏହିଭଳି କାର୍ଯ୍ୟକ୍ରମ ରାଜ୍ୟର ଅନ୍ୟ ଜିଲ୍ଲା ସଦର ମହକୁମାଠାରେ ମଧ୍ୟ ଅ।ୟୋଜନ କରାଯିବ ।
ଏହି ଅବସରରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍ଏନ୍ ଗୁପ୍ତା କହିଥିଲେ ଯେ ଡିଜିଟାଲ ବିପଣନ ଦକ୍ଷତାରେ ତାଲିମ ପାଇଥିବା ଉଦ୍ୟୋଗୀମାନେ ଡିଜିଟାଲ ସମ୍ବଳ, ଅନ୍ତର୍ଦୃଷ୍ଟି ଓ ଉଦ୍ଧୀପନା ପାଇବେ ଯଦ୍ୱାରା ସେମାନଙ୍କର ବ୍ୟବସାୟର ଅଭିବୃଦ୍ଧି ଅନ ଲାଇନ ସମ୍ଭବ ହୋଇପାରିବ । ଏହି କାର୍ଯ୍ୟକ୍ରମ ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଜ୍ଞାନ, ଦକ୍ଷତା, ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସଶକ୍ତ ହୋଇ ନବପ୍ରବର୍ଦ୍ଧିତ ଢଙ୍ଗରେ ସେମାନଙ୍କର ବ୍ୟବସାୟ ବିଶ୍ୱସ୍ତରରେ ବୃଦ୍ଧି କରିପାରିବେ । ସେ ଅ ।ହୁରି କହିଥିଲେ ଯେ ଏହି ଯୁଗ୍ମ ପ୍ରୟାସ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ୩ଟି(ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟିମ୍ ୱାର୍କ) ମନ୍ତ୍ରକୁ ଉଦ୍ୟୋଗୀମାନେ ସେମାନଙ୍କର ଦୈନିକ କାରବାରରେ ବ୍ୟବହାର କରିପାରିବେ । କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଦଳମାନଙ୍କ ପାଇଁ ଉଦ୍ଧିଷ୍ଟ ଏହି କର୍ମଶାଳା ଦ୍ୱାରା ବ୍ୟବସାୟିକ ଜ୍ଞାନ ଓ କୌଶଳ ବିନିମୟ ସହିତ ଊଦ୍ଧ୍ୱର୍ ସଂହତି ସମ୍ଭବ ହୋଇପାରିବ ।
ମିଶନ ଶକ୍ତିର କମିଶନର ଶ୍ରାମତୀ ସୁଜାତା କାର୍ତିକେୟନ୍ ଏହି ପ୍ରୟାସକୁ ଡିଜିଟାଲ ବାଲିଯାତ୍ରା ବୋଲି ଅଭିହିତ କରିବା ସହିତ କ୍ଷୁଦ୍ର ଏବଂ ମିଶନ ଶକ୍ତି କାରବାର ଉପରେ ଏହା ଯଥେଷ୍ଟ ପ୍ରଭାବ ପକାଇବ ବୋଲି କହିଥିଲେ । ମିଶନ ଶକ୍ତିରେ ଓଡ଼ିଶାର ୫୦ ଲକ୍ଷ ମହିଳା ସାମିଲ ଅଛନ୍ତି । ଏହା ଏକ ସଫଳ ତଥା ନୀରବ ଅ ।ନେ୍ଦାଳନ ଭାବେ ଓଡ଼ିଶାରେ ସଶକ୍ତିକରଣର ଏକ ପର୍ବ ସୃଷ୍ଟି କରିବ ବୋଲି ସେ କହିଥିଲେ ।
ଫେସବୁକ ଏବଂ ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ସହଯୋଗ ବଳବତର ରହିବା ସହିତ ଫେସବୁକର ସେମାନଙ୍କୁ ଅ।ଗାମୀ ଦିନରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଉପରେ ଶିଳ୍ପ ନିର୍ଦେଶକ ଶ୍ରୀ ନିରଞ୍ଜନ ସାହୁ ଗୁରୁତ୍ୱାରୋପ କରିଥିଲେ ।
ଫେସବୁକର ଦକ୍ଷିଣ ଏସିଅ।ର ନୀତି ଓ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ରିତେଶ ମେହେଟ୍ଟା କହିଥିଲେ ଯେ କ୍ଷୁଦ୍ର ବ୍ୟବସାୟ ଅ।ମ ଅର୍ଥନୀତିର ମେରୁଦଣ୍ଡ ଏବଂ ଫେସବୁକ ସଂପ୍ରଦାୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶା ଭାରତ ବର୍ଷରେ ଏକ କ୍ଷୀପ୍ର ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହେବାକୁ ଯାଉଛି । ଏହି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଉଦ୍ୟୋଗୀମାନଙ୍କୁ ଅ ।ମେ ଅ।ବଶ୍ୟକୀୟ ଦକ୍ଷତା ପ୍ରଦାନ କରୁଛୁ । ଫେସବୁକ ଦ୍ୱାରା ସେମାନଙ୍କୁ ଦେଶବିଦେଶର ଗ୍ରାହକମାନଙ୍କ ସହିତ ସଂଯୋଗ କରିବା ପାଇଁ ଅ।ମେ ଚେଷ୍ଟିତ ବୋଲି ସେ କହିଥିଲେ ।
ଫେସବୁକ ଏବଂ ବୁଷ୍ଟ ଇଓର ବିଜନେସ କାର୍ଯ୍ୟକ୍ରମ ନିମନ୍ତେ ଭାରତକୁ ଅଗ୍ରାଧିକାର ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ଫେସବୁକରଏକ ଧାରାବାହିକ ବିନିଯୋଗ । ଏହା ଭାରତୀୟ କ୍ଷୁଦ୍ର ବ୍ୟବସାୟ ତଥା ୨୦୦ ନିୟୁତ ଭାରତୀୟ ଫେସବୁକର ବ୍ୟବହାରକାରୀମାନଙ୍କ ପାଇଁ ଅଭିପ୍ରେତ । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ଉପସ୍ଥିତି ଅନ୍ଲାଇନ୍ରେ ସୁନିଶ୍ଚିତ କରିବା ପାଇଁ ଫେସ୍ବୁକ୍ର ଅନେକ କାର୍ଯ୍ୟକ୍ରମ ରହିଛି । “ଦି ସପ୍ କିମ୍ବା ସର୍ଭିସେସ୍ ପେଜ୍ ମାଧ୍ୟମରେ ସ୍ଥାନୀୟ ଖୁଚୁରା ବିକ୍ରେତା କିମ୍ବା ସେବାପ୍ରଦାନକାରୀ ସେମାନଙ୍କର ଉତ୍ପାଦ, ସେବା ଫେସବୁକ୍ ମାଧ୍ୟମରେ ପ୍ରଦର୍ଶନ କରିପାରିବେ । ପେଶାଦାର ସେବା ଫିଚର ମାଧ୍ୟମରେ ସ୍ଥାନୀୟ ସେବା ପ୍ରଦାନକାରୀଙ୍କର ଏକ ତାଲିକା ପ୍ରକାଶ ପାଇବା ସହିତ ମୂଲ୍ୟାୟନ ଓ ସମୀକ୍ଷା ସଂପର୍କରେ ତଥ୍ୟ ମିଳିପାରିବ ।
ଏହି ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଉପ ମହାପ୍ରବନ୍ଧକ ଶ୍ରୀ ବି କେ ଦାସ, ୟୁକୋ ବ୍ୟାଙ୍କ, ଇଣ୍ଡିଅ।ନ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଅ।ର ପ୍ରତିନିଧିମାନେ ଉପସ୍ଥିତ ରହି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ତଥା ମିଶନ ଶକ୍ତି ସଦସ୍ୟମାନଙ୍କୁ ପ୍ରଦାନ କରାଯାଉଥିବା ଋଣ ସୁବିଧା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ ।