ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂହପୁର ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିଃ ଵିଭାଗ ସ୍ଥିତ କନ ଫେରନ୍ସ ଗୃହରେ ଵିଶ୍ୱ ପରିବେଶ ଦିଵସ ପାଳନ ହୋଇଯାଇଛି l ଏହାର ଶୀର୍ଷକ -“କେବଳ ଗୋଟିଏ ପୃଥିଵୀ”ଉପରେ ଆଲୋଚନା କରଯାଇଥିଲା l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.କ୍ଷେତ୍ରବାସୀ ଦଶ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ)ଡା. ରଶ୍ମି ରଂଜନ ପଟ୍ଟନାୟକ,ଏପିଡ଼େମିଓଲୋଜିଷ୍ଟ ଡା. ଅଶୋକ କୁମାର ସାହୁ, ଡ଼େପୁଡ଼ୀ ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଆଦି ଉପସ୍ଥିତ ରହି ଵିଶ୍ୱ ପରିବେଶ ଦିଵସ ଉପଲକ୍ଷେ ନିଜ ପରିବେଶ ର ସୁରକ୍ଷା ଓ ଯତ୍ନ ,ସାମାଜିକ ପରିବେଶ ର ସୁରକ୍ଷା ,ସାଂସ୍କୃତିକ ପରିବେଶ ,ପାନୀୟ ଜଳ ର ସୁରକ୍ଷା ଏବଂ ଆମ ଚତୁପାର୍ଶ୍ୱ ତଥା ପରିବାରର ପରିବେଶ ସାଙ୍ଗ କୁ ବିଭିନ୍ନ ସଂକ୍ରମଣ ରୁ କିପରି ଆମେ ରକ୍ଷା କରିପାରିବା ସେ ବିଷୟରେ ଆଲୋଚନା କରିଥିଲେ l ଗୋଟିଏ ପୃଥିଵୀ ର ଆମେ କେମିତି ସୁରକ୍ଷା କରିପାରିବା ସେ ବିଷୟରେ ଆଲୋଚନା କରିଥିଲେ l ଡ଼େପୁଟି ମ୍ୟାନେଜର ଵିଶ୍ୱ ପରିବେଶ ଉପରେ ଏକ ସ୍ୱରଚିତ କବିତା ପାଠ କରିଥିଲେ l ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ ମଧ୍ୟ ତାଙ୍କର ବକ୍ତଵ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ସହରାଞ୍ଚଳ ଜଗତସିଂହପୁର ର ଆଶା କର୍ମୀ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ କର୍ମଚାରୀ ,ସଫେଇ କର୍ମଚାରୀ ,ସୁପର ଭାଇଜର ସୁଶାନ୍ତ ଡାଳୁଆ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଶ୍ରୀମତୀ ସଚଳା ମହାନ୍ତି ,ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀଣୀ ଧନ୍ୟଵାଦ ଅର୍ପଣ କରିଥିଲେ l ସଭା କାର୍ଯ୍ୟକ୍ରମ ପରେ ବର୍ହି ଵିଭାଗ ଥରେ ଦୁଇଟି ବଉଳ ଗଛ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଲଗାଇଥିଲେ l
Sign in
Sign in
Recover your password.
A password will be e-mailed to you.