ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ବିଜେ ସିଦ୍ଧଳ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ଵୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ କହିଲେ କୋଭିଡ଼ ମହାମାରୀ ର ସଂକ୍ରମଣ ଯୋଗୁ ୨ବର୍ଷ ହେଵ ସିଦ୍ଧଳ ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିନାହିଁ l ଚଳିତ ବର୍ଷ କୋଭିଡ଼ ରେ ସୁଧାର ଆସିଥିବାରୁ ଏ ବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳା ,ଉତ୍ସାହର ସହ କୋଭିଡ଼ ମାର୍ଗଦର୍ଶିକା ଅନୁ ପାଳନ ସହ ଅନୁଷ୍ଠିତ ହେଵ l ସମସ୍ତ ବିଭାଗିୟ ଅଧିକାରୀ ଧାର୍ଯ୍ୟ ତାରିଖ ପୁର୍ବରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ରଥଯାତ୍ରା ର ୩ଦିନ ପୁର୍ବରୁ ରଥ ନିର୍ମାଣ କାର୍ଯ୍ୟ ଯେପରି ସମ୍ପୂର୍ଣ ହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ମନ୍ଦିର ପରିଚାଳନା କମିଟି ଓ ବିଭାଗିୟ ଅଧିକାରୀ ଦୃଷ୍ଟି ଦେବେ l ଵୈଠକରେ ରଥ ନିର୍ମାଣ, ସିଦ୍ଧଳ ଛେଳିଆଗଡ଼ ରାସ୍ତା ମରାମତି ,ବଡ଼ଦାଣ୍ଡ ର ଉଭୟ ପାର୍ଶ୍ୱରେ ଆଲୋକ ବ୍ୟବସ୍ଥା ,ରଥ ରହିବା ସ୍ଥାନରେ ଢଳେଇ ପକାଇବା ,ଗୁଣ୍ଡିଚା ମନ୍ଦିର ନିକଟ କେନାଲ ଉପରେ ସ୍ଲାବ୍ ପକାଇବା ,ପାନୀୟ ଜଳଯୋଗାଣ ,ନଳକୂପ ମରାମତି ,ବଡ଼ଦାଣ୍ଡ ନିକଟରେ ଡ୍ରେନ୍ ସଫେଇ,ଅଳିଆ ଆବର୍ଜନା ଓ ଚତୁପାର୍ଶ୍ୱ ପରିଷ୍କାର ପରିଚ୍ଛନ୍ନତା ,ସାତ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ,ଆଇନ ଶୃଙ୍ଖଳା ଅଗ୍ନିଶମ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା l ଏହି ଵୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ,ପ୍ରକଳ୍ପ ନିଦ୍ଦେଶକ ଶ୍ରୀ ରୁଦ୍ରନାରାୟଣ ଦଶ ,ଡି.ଏସ୍.ପି(ଡି ଆଇ ଵି)ଜିଲ୍ଲାସ୍ତରୀୟ ଅଧିକାରୀ ,କ୍ଷେତ୍ରିୟ ଅଧିକାରୀ ,ଵି.ଡି.ଓ ଶ୍ରୀ ସାଗର କୁମାର ନନ୍ଦ,ତହସିଲଦାର ଶ୍ରୀମତୀ ଅଞ୍ଜଳି ତରାଇ ,ବଳଦେବଜୀଉ ମନ୍ଦିର ପରିଚାଳନା କମିଟିର କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ lଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ l ବଳଦେବଜୀଉ ମନ୍ଦିର ପରିଚାଳନା କମିଟିର ସଭାପତି କାଲିକି ଙ୍କର ଆଚାର୍ଯ୍ୟ ,ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା ,ଉପସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ,ପ୍ରଫୁଲ୍ଲ କୁମାର ସାହୁ, ରାମଚନ୍ଦ୍ର ଦଶ୍, ସିଦ୍ଧାର୍ଥ ଶଙ୍କର ରାୟ,ସାରଦା ଚରଣ ବେହେରା,ମାନସ ରଂଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ l ବୈଠକ ଶେଷରେ ଜିଲ୍ଲାପାଳ ସମସ୍ତ ଙ୍କର ସହଯୋଗ କାମନା ସହିତ ଧନ୍ୟଵାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.