ପଞ୍ଚାୟତରେ ଅରୁଣଙ୍କ ଜନଶୁଣାଣି : ବିଦ୍ୟାଳୟ ରୁପାନ୍ତରିକରଣ କାର୍ଯ୍ୟର ସମୀକ୍ଷା

0 2

ଓଡ଼ଗାଁ/ଶ୍ରୀକାନ୍ତ ମିଶ୍ର : ନୟାଗଡ଼ ବିଧାୟକ ତଥା କୃଷି-କୃଷକ ସଶକ୍ତିକରଣ, ମତ୍ସ୍ୟ, ପଶୁସମ୍ପଦ ତଥା ଉଚ୍ଚ ଶିକ୍ଷା,ମନ୍ତ୍ରୀ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଶନିବାର ଅପରାହ୍ନରେ ଓଡ଼ଗାଁ ଗସ୍ତରେ ଆସି ଆରଡ଼ା, ନନ୍ଦିଘୋର, କୋମଣ୍ଡ, ରୋହିବାଙ୍କ ଓ କୁରାଳ ପଞ୍ଚାୟତ ଗସ୍ତ କରି ୫-ଟି ମାଧ୍ୟମରେ ରୂପାନ୍ତରଣ ହେଉଥିବା ବିଦ୍ୟାଳୟ କାର୍ଯ୍ୟ ସମୀକ୍ଷା କରିବା ସହ ଗ୍ରାମର ଲୋକମାନଙ୍କ ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଛନ୍ତି ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆରଡ଼ା ପଞ୍ଚାୟତ ପେଟାପଲ୍ଲୀ ଖେଳପଡିଆ ନିର୍ମାଣ, ରୁପାନ୍ତରିକରଣ ଚାଲିଥିବା ନନ୍ଦିଘୋର ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ, କୋମଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୋହିବାଙ୍କ ସରକାରୀ ଉନ୍ନୀତ ବିଦ୍ୟାଳୟ କାର୍ଯ୍ୟ ତଦାରଖ କରିବା ସହିତ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ସାଙ୍ଗରେ ଆଲୋଚନା କରିଥିଲେ । ପରେପରେ କୋମଣ୍ଡ ବଧି ପୋଖରି ପୁନରୁଦ୍ଧାର କାର୍ଯ୍ୟ, ରାବରା କଲ୍ୟାଣମଣ୍ଡପ ସ୍ଥାନ ନିର୍ଦ୍ଧାରଣ ସହିତ ଛତୁ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ଲୋକମାନଙ୍କ ଅଭିଯୋଗ ଗୁରୁତ୍ୱର ସହ ବିଚାର କରିବା ସହିତ ଯଥାଶ୍ରୀଘ୍ର ସମାଧାନ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ବିଡ଼ିଓ ସ୍ବାତିଲେଖା ଦାସ, ସରପଞ୍ଚ ଶାରଦା ଦୋରା, ଶ୍ୱେତାଲିନା ମିଶ୍ର, ଦୀପିକା ସେଠି, ବିଜନ ପାଇକରାୟ, ମହନ୍ତ ବେହେରା ଅଂଶଗ୍ରହଣ କରିଥିବା ବେଳେ ନିତ୍ୟାନନ୍ଦ ପ୍ରଧାନ, ସୂର୍ଯ୍ୟନାରାୟଣ ଚୌଧୁରୀ ପ୍ରମୁଖ ସାମିଲ ରହିଥିଲେ ।

Leave A Reply

Your email address will not be published.