ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ରାଜ୍ୟ କ୍ରୀଡା ବିଭାଗ ତରଫରୁ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କ୍ରୀଡା ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ। ଗଜପତି ଜିଲ୍ଲାର ମୁନିସିପାଲିଟି ସମେତ ସମସ୍ତ ବ୍ଲକରେ ୨୭ ରୁ ୨୯ ତାରିଖ ପ୍ରର୍ଯ୍ୟନ୍ତ ତିନିଦିନ ଧରି ଚାଲୁ ରହିଛି। ଏଥିରେ ତାଲିମ ପାଇଥିବା ବ୍ଲକ ସ୍ତରୀୟ କ୍ରୀଡା ଦକ୍ଷତା ବୃଦ୍ଧି ଟେଷ୍ଟ କରି ଚୟନ କରାଯାଇଛି।
ଏଥିରେ ଆଦର୍ଶ ବିଦ୍ୟାଳୟ ଚନ୍ଦ୍ରଗିରି , ବି.ଆର୍ . ଆମ୍ବେଦକର କଲେଜ , ଖୁଜୁରୀପଡା ଏବଂ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ଠାରେ ସ୍ଥାନ ନିରୂପଣ କରାଯାଇଛି। ଏଥିରେ ଗଜପତି ଜିଲ୍ଲାର କ୍ରୀଡା ଛାତ୍ରଛାତ୍ରୀ ୩୭୧ ଜଣ ଅଂଶ ଗ୍ରହଣ କରି ପ୍ରତିଯୋଗିତାରେ ଭାଗ ନେଇ ଥିଲେ।
ଅନ୍ୟମାନଙ୍କ ମଧ୍ୟରୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ନଟବର ଗରଡ଼ା , ଏବଂ ଜିଲ୍ଲାର ବିଭିନ୍ନ ସ୍କୁଲର ପିଇଟି ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.