Recover your password.
A password will be e-mailed to you.
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବାର କିଛି ମାସ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ଲୋକ ପ୍ରତିନିଧିମାନେ ବୁଝୁଥିବା ଓ ସମସ୍ୟା ସମାଧାନ କରୁଥିବା ଦେଖିବାକୁ ମିଳୁଛି । ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ବିଭିନ୍ନ ପଞ୍ଚାୟତ ଗସ୍ତକରି ଲୋକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ କରୁଥିବା ବେଳେ ରବିବାର ଦିନ ପନ୍ତିଖାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଗାଁର ମୁଖିଆମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ପନ୍ତିଖାରୀ ଗ୍ରାମର ଆମ୍ବ ବଗିଚା, ନୀଳକଣ୍ଠେଶ୍ୱର କ୍ଳବ ସମ୍ପୁର୍ଣ୍ଣ କରିବା, ମହାଦେବ ପୋଖରୀର ଗାର୍ଡୱାଲ, ମଶାବାରୀ ଖେଳପଡିଆ ପାଚେରୀ, ମଶାବାରୀ ଠାରୁ ପନ୍ତିଖାରୀ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା, ମଶାବାରି ଠାରେ ନୂତନ ବସଷ୍ଟାଣ୍ଡ, ମଶାବାରି ପୋଖରୀ ଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା, ପଞ୍ଚାୟତ ସମ୍ମୁଖ ପୁଷ୍କରିଣୀର ପୁନରୁଦ୍ଧାର, କୈବଲ୍ୟପୁର ହରିଜନ ସାହି ଡ୍ରେନେଜ ବ୍ୟବସ୍ଥା, କୋଠଘର ସମ୍ପୂର୍ଣ୍ଣକରିବା, ରାମେଶ୍ୱର ମହାଦେବଙ୍କ ମନ୍ଦିର ଚତୁଃ ପାର୍ଶ୍ୱରେ ପାଚେରୀ ନିର୍ମାଣ ପାଇଁ ଗ୍ରାମର ମୁଖିଆ ମାନେ ବ୍ଲକ ଅଧ୍ୟକ୍ଷଙ୍କ ନିକଟରେ ଦାବି ରଖିଥିଲେ । ସରକାରଙ୍କର କ୍ରିୟାଶୀଳ ବିଭିନ୍ନ ଯୋଜନା ଗୁଡିକର ତଦାରଖ କରି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟ ପକ୍ଷରେ ପନ୍ତିଖାରୀ ଗ୍ରାମର ଜନତାଙ୍କ ସାଧାରଣ ସମସ୍ୟାମାନ ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସରପଞ୍ଚ ଗ୍ରାମର ସ୍ୱଚ୍ଛତା ଓ ପରିମଳ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ କହିଥିବା ବେଳେ ପଞ୍ଚାୟତର ପ୍ରତ୍ୟେକ ପୁଷ୍କରିଣୀ ସଫେଇ କରାଯିବ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ସରପଞ୍ଚ ସୁଶ୍ରୀ ଶ୍ରାବଣୀ ବିଶ୍ୱାଳ, ସମିତି ସଭ୍ୟ ବୁଲୁ ଜେନା, ମଶାବାରି ଗ୍ରାମ ସଭାପତି ପବିତ୍ର ମୋହନ ମହାନ୍ତିଙ୍କ ସହିତ କୈବଲ୍ୟପୁର ଗ୍ରାମ ସଭାପତି ଓ ଗ୍ରାମର ମୁଖିଆମାନେ ଉପସ୍ଥିତ ରହିଥିଲେ।Recover your password.
A password will be e-mailed to you.