ସାରଦା ପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ କନକପୁରସ୍ଥିତ ବସନ୍ତ ବଗିଚା ଖେଳ ପଡ଼ିଆରେ ସପ୍ତାହ ବ୍ୟାପି ଚାଲିଥିବା ସାରଦା ପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି।ଆୟୋଜିତ ପଞ୍ଚାୟତସ୍ତରୀୟ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ କୋଲର ମହାବୀର କ୍ରିକେଟ କ୍ଲବକୁ ୧୦ ଉଇକେଟରେ ହରାଇ କନକପୁର ର ମା’ଶାରଳା ସ୍ପୋଟିଂ ଚାମ୍ପିଅନ ହୋଇଛି।‌ ପ୍ରଥମେ ବ୍ୟାଟିଂ କରି କୋଲର ମହାବୀର କ୍ରିକେଟ କ୍ଲବ ସମସ୍ତ ଉଇକେଟ ବିନିମୟରେ ୯୦ ରନ୍ ସଂଗ୍ରହ କରିଥିଲା। ଜବାବରେ କନକପୁରର ଏମ.ଏସ ସ୍ପୋଟି° କୌଣସି ଉଇକେଟ ନହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ବିଜୟୀ ଦଳ ତରଫରୁ ରାକେଶ ବ୍ରହ୍ମ ଅପରାଜିତ ଭାବେ ସର୍ବାଧିକ ୪୭ ରନ୍ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା ଖେଳ ପରିଚାଳନା ପ୍ରଣୟ ମହାନ୍ତି ଓ ବରଦା ମହାନ୍ତି କରିଥିଲେ. ଭାଷ୍ୟକାର ଭାବେ ପବିତ୍ର ନାୟକ ଓ ବୁଦ୍ଧଦେବ ମହାରଣା ଦାୟିତ୍ୱ ନିର୍ବାହ କରି ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ସମ୍ବିତ ଦାସ,ସୁଜିତ ଦାସ ଓ ସୁମିତ ଦାସଙ୍କ ପ୍ରତେକ୍ଷ ତତ୍ୱବଧାନରେ ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବରେ ତିର୍ତ୍ତୋଲର ଯୁବ ବିଧାୟକ ଇଂ ବିଜୟ ଶଙ୍କର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ମହାନ୍ତି,ରାକେଶ ଦାସ,ଧ୍ୟାନ ରଞ୍ଜନ ଦାସ,ଧୀରେନ୍ଦ୍ର କୁମାର ସାହୁ,ରମେଶ ଚନ୍ଦ୍ର ରାଉଳ,ବିଜୟ କୁମାର ନାୟକ, ଅଶ୍ୱିନୀ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଯୋଗଦେଇ ଭଲ ଖେଳ ପ୍ରଦର୍ଶନ କରିଥିବା ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟଅତିଥି ବିଧାୟକ ବିଜୟ ଶଙ୍କର ଦାସ ବିଜୟୀ ଦଳକୁ ଚାମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ ।‌ ରନର୍ସ ଦଳକୁ ସମ୍ମାନିତ ଅତିଥି ସାମାଜିକ କର୍ମୀ ଅଶୋକ ମହାନ୍ତି ରନର୍ସ ଟ୍ରଫି ବିତରଣ କରିଥିଲେ। ଆୟୋଜିତ ଖେଳପଡିଆକୁ ମିନି ଷ୍ଟାଡିୟମରେ ପରିଣତ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ l

Leave A Reply

Your email address will not be published.