ୟୁନାଇଟେଡ଼ ପ୍ରେସ କ୍ଲବ ର କାର୍ଯ୍ୟକାରୀ ବୈଠକ

0

ଯାଜପୁର ରୋଡ /ବିଶ୍ୱଜିତ ମାଝୀ :   ଆଜି ୟୁନାଇଟେଡ଼ ପ୍ରେସ କ୍ଲବ ର କାର୍ଯ୍ୟକାରୀ ବୈଠକ ବ୍ୟାସସରବର ମନ୍ଦିର ପରିସର ମଧ୍ୟରେ ପ୍ରେସ କ୍ଲବ ର ସଭାପତି ଚନ୍ଦ୍ରମଣି ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକ ରେ  ସନାତନ ମହାନ୍ତ ଓ ଦୟାନିଧି ମହାନ୍ତ ନୃତନ ଭାବେ ପ୍ରେସ କ୍ଲବ ରେ ଯୋଗଦେଇ ସଭ୍ୟ ହୋଇଥିବାରୁ ଉଭୟଙ୍କୁ ସ୍ୱାଗତ କରାଯାଇଥିଲା। ପରେ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାପାଇଁ ବୈଠକ ରେ ନିଷ୍ପତି ନିଆଗଲା। ଏଥିସହିତ  ନଗଡା ର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ସମସ୍ୟା ବୁଝିବାପାଇଁ  ପାଞ୍ଚ ଜଣିଆ  ଟିମ ଯିବାପାଇଁ ସ୍ଥିରକୃତ ହୋଇଥିଲା। ଏହା ସହିତ ବ୍ୟାସସରବର ମନ୍ଦିର ପରିସର ମଧ୍ୟରୁ ଅଳିଆ ଆବର୍ଜନା କୁ ସଫାକରାଯାଇଥିଲା। ଏହି ବୈଠକରେ ସମ୍ପାଦକ ଜୟଶଙ୍କର ଦାସ ସହିତ  ସୁବାସ ନାୟକ,ଚିତରଂଜନ ନାୟକ, ବିଶ୍ୱଜିତ ମାଝୀ, ଲଭଲି ସାହୁ, ସନାତନ ମହାନ୍ତ, ଦୟାନିଧି ମହାନ୍ତ ସନ୍ତୋଷ ମଲ୍ଲିକ. ସୁଭ୍ରାଂଶୁ ଦାସ. ଶେଖର ଦାସ. ଭାଗିରଥି ନାଥ. ପ୍ରଫୁଲ ସାହୁ ଆଲୋଚନାରେ ଭାଗନେଇ ଥିଲେ । ଶେଷରେ ସୁବାଷ ନାୟକ ଧନ୍ୟବାଦ ଦେଇଥିଲେ।

 

Leave A Reply

Your email address will not be published.