ଅସହାୟ ମୃତକଙ୍କ ପରିବାରକୁ ସହଯୋଗର ହାତ ବଢାଇଲେ “ଆମ ମାହାଙ୍ଗା”ର ଅଧ୍ୟକ୍ଷ ଡ଼ଃ.ଅମରେନ୍ଦ୍ର ମହାନ୍ତି

0

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ):- ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ତଥା ସମାଜସେବା କ୍ଷେତ୍ରରେ ମାହାଙ୍ଗା ଅଂଚଳରେ ନିଜକୁ ପରିଚିତ କରିପାରିଥିବା ଡ଼ଃ.ଅମରେନ୍ଦ୍ର ମହାନ୍ତି ବିଦେଶରେ ରହିଲେ ମଧ୍ୟ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପ୍ରତି ସ୍ନେହ,ଶ୍ରଦ୍ଧା, ଭଲପାଇବା ଏବଂ ସହଯୋଗର ହାତ ବଢାଇଆସିଛନ୍ତି । ଯାହାପାଇଁ ଶ୍ରୀ ମହାନ୍ତି ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ଠାରୁ ଆରମ୍ଭ କରି ଗ୍ରାମାଚଂଳ ଯୁବକମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସୂଚନାଥାଉକି ମାହାଙ୍ଗା ବ୍ଲକ କୁରୁଜଙ୍ଗା ଗ୍ରାମପଂଚାୟତ ସବଳକଣା (ପାଟଣା) ଗ୍ରାମର ଜଣେ ଗରିବ ଅସହାୟ ବ୍ୟକ୍ତି ଗତ ଶନିବାର ଦିନ ଅକାଳରେ ମୃତ୍ୟୁ ବରଣ କରିଥିଲେ । ପଟଣା ଗ୍ରାମର ଅରକ୍ଷିତ ଦାସଙ୍କର ମୃତ୍ୟ ଖବର ପ୍ରଚାର ପ୍ରସାର ହୋଇଥିଲା । ଏପରିକି ଅରକ୍ଷିତଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପତ୍ନୀ ଓ ଦୁଇ ପୁତ୍ର ସାହାଯ୍ୟ ଲୋଡ଼ିଥିବାର ଖବର ମଧ୍ୟ ପ୍ରଚାର ପ୍ରସାର ହୋଇଥିଲା । ତେବେ ଏହି ସବୁ ଘଟଣା ଡ଼ଃ.ଅମରେନ୍ଦ୍ର ମହାନ୍ତି ଜାଣିଲା ପରେ ଗରିବ ଅସହାୟ ପରିବାର ଦୁଃଖ ସହ୍ୟ କରିନପାରି ବିଦେଶରେ ରହି ଆଭାସୀ ମାଧ୍ୟମରେ ମୃତକଙ୍କ ପରିବାର ଙ୍କୁ ସମବେଦନା ଜଣାଇବା ସହ ଆମ ମାହାଙ୍ଗାର ସଦସ୍ୟ ମୁନ୍ନା ମଞ୍ଜରୀ ପ୍ରଧାନଙ୍କୁ ମୃତକଙ୍କ ପରିବାର ନିକଟକୁ ପଠାଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତେବେ ଡ଼ଃ.ଅମରେନ୍ଦ୍ର ମହାନ୍ତି ଙ୍କ ଏଭଳି ସମାଜସେବାମୂଳକ କାର୍ଯ୍ୟକୁ ବହୁ ବୁଦ୍ଧିଜୀବୀ, ଯୁବକ, ବରିଷ୍ଠ ନାଗରିକମାନେ ଢେରସାରା ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.