ପଦ୍ମପୁର : ପଦ୍ମପୁର ନିକଟସ୍ଥ ଆମ୍ବବାହାଲଠାରେ ମାଁ ସମଲେଶ୍ଵରୀ ସ୍ପୋଟିଂ ଦ୍ଵାରା ଆୟୋଜିତ ୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୩୨ ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଓ ନବୁ ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚରେ ସିଂହନପୁନ ଦଳ ସାପଲହର ଦଳକୁ ହରାଇ ବିଜେତା ହୋଇଥିଲେ। ଉଦଯାପନୀ ଉତ୍ସବରେ ଦହିତା ସରପଞ୍ଚ ଦମୟନ୍ତୀ ପାଣ୍ଡେ ମୁଖ୍ୟ ଅତିଥି ଏବଂ ରାଜା ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରିଥିଲେ। ଆଜିର ମ୍ୟାଚରେ ସତ୍ୟ ଓ ଶିବ ଅମ୍ପାୟାରିଂ ଏବଂ ମାନସ ଓ ସୁଶାନ୍ତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଜୟ, ବିଜୟ ଓ ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ। ପ୍ରେମ, ବିଦ୍ୟା, ପ୍ରମୋଦ, ମନୋଜ, ବିକାଶ, ସର୍ଜନ, ବିଜୟ, ରାଜୁ, ଶରତ ତଥା ମାଁ ସମଲେଶ୍ଵରୀ ସ୍ପୋଟିଂର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post