ମୋଦି ହଟାଓ, ଗଣତନ୍ତ୍ର ଓ ସ୍ୱାଧୀନତା ବଞ୍ଚାଓ ଅଭିଯାନ ଆରମ୍ଭ

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରରେ ଦେଶର ଗଣତନ୍ତ୍ର ବ୍ୟବସ୍ଥା ସହିତ ସ୍ୱାଧୀନତା ଉପରେ ବିପଦ ଦେଖା ଦେଇଛି । ତେଣୁ ବହୁ ମହାମନିଷୀ ,  ସଂଗ୍ରାମୀ ଦେଶଭକ୍ତମାନଙ୍କ ଆତ୍ମ ବଳିଦାନରେ ପ୍ରାପ୍ତ ସ୍ୱାଧୀନତା ସହିତ ଦେଶର ଗାଣତନ୍ତ୍ରିକ ଶାସନ ବ୍ୟବସ୍ଥାକୁ ବଞ୍ଚାଇ ରଖିବା ନିମନ୍ତେ କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଦିଚୁ୍ୟତ କରାଇବା ନିମନ୍ତେ ରାଜରାସ୍ତାକୁ ଉହ୍ଲାଇ ଆସିଛି ସିଆଇଟିୟୁ । ଏହି ପରିପ୍ରେକ୍ଷୀରେ ସମଗ୍ର ଭାରତ ବର୍ଷ ଯେତେବେଳେ ୭୨ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଛି, ଠିକ୍ ତାର ପୂର୍ବ ସନ୍ଧ୍ୟାରେ ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସମ୍ବିଧାନର ସୁରକ୍ଷା ନିମନ୍ତେ ସିଆଇଟିୟୁସିର ଜିଲ୍ଲା ସଭାପତି ତଥା ଆଇନଜୀବୀ କମ୍ରେଡ଼ ରବିଗୋସ୍ୱାମୀ  ନେତୃତ୍ୱରେ ଓ ଅମଲ ଦେଙ୍କ ସହଯୋଗରେ ବାରିପଦାସ୍ଥିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କୃଷକ ସଭା, କ୍ଷେତ ମଜଦୁର ସଂଘ ପକ୍ଷରୁ ମୋଦି ହଟାଓ, ଦେଶ ବଞ୍ଚାଓ ନାରା ଦେଇ ଶତାଧିକ ଶ୍ରମିକ, କୃଷକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅହୋରାତ୍ର ଧାରଣାରେ ବସିଥିଲେ । ଏମାନଙ୍କ ମଧ୍ୟରେ ଆଶା  ୟୁନିୟନର ଅଶୋକ ବେହେରା, ରେବତୀ ପରିଡ଼ା, ମୀର ରାଣୀ ମାହାଲଦାର, ମମତା ବେହେରା, ଅକ୍ଷୟ ଖୁଣ୍ଟିଆ, ସରସ୍ୱତୀ ମହାନ୍ତ, ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କସ ୟୁନିୟନର ରଘୁନାଥ ପଣ୍ଡା, ମନୋରଞ୍ଜନ ପରିଡ଼ା, ଜୟନାରାୟଣ ଷଢ଼ଙ୍ଗୀ, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ପାଚିକା ସଂଘର କୁଞ୍ଜଲତା ମହାନ୍ତ, ମାଳତୀ ମହାନ୍ତ, ସନ୍ଧ୍ୟାରାଣୀ ବେହେରା, ରଞ୍ଜିତା ରାଉତ, ବୀଣାପାଣି ନାୟକ, ସର୍ମିଳା ମହାନ୍ତ, ଉର୍ମୀଳା ବେହେରା, ଡ଼ାହୁକ ସୋରେନ, ବୀନତା ପ୍ରଧାନ, ବିଏସଏନଏଲ କ୍ଷିତିଶ ଚନ୍ଦ୍ର ସାମଲ, ସତ୍ୟରଞ୍ଜନ ସେଠୀ, କାଷ୍ୟତ ରାଏ, ସପନ ମହାନ୍ତ, ଉକ୍ରଳ ବଲ୍ୱର ଶକ୍ତିପଦା ସାହୁ, ଆଦିକନ୍ଦ ସେନାପତି, କ୍ଷେତ ମଜଦୁର ସଂଘର ମୃତୁ୍ୟଞ୍ଜୟ ବେହେରା, ବିକର୍ତ୍ତନ କବି, ହରିଶ୍ଚନ୍ଦ୍ର ସିଂ ପ୍ରମୁଖ ସାମିଲ ହୋଇଥିଲେ । 

 

Leave A Reply

Your email address will not be published.