ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ଅର୍ଥନୈତିକ କରିଡରରେ ଉଦ୍ୟୋଗ ସ୍ଥାପନ ପାଇଁ ସହମତି

0

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀନିର୍ମାଣାଧିନ ବିଜୁ ଏକ୍ସପ୍ରେସ୍ ଓ୍ୱେ ସଡକ ପଥ ନିର୍ମାଣ ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର ସଂପୃକ୍ତ ବିଭିନ୍ନ ଜିଲ୍ଲାରେ ଅର୍ଥନୈତିକ କରିଡର ସୃଷ୍ଟିହେବା ସମ୍ପର୍କରେ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି । 2023 ମାର୍ଚ୍ଚ ମାସ ସୁଦ୍ଧା ଏହି ବୃହତ୍ ସଡକ ସଂପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରହିଛି ।
ସମୀକ୍ଷାରୁ ଜଣାଯାଇଛି ଯେ, ବରଗଡ ଜିଲ୍ଲାର ସୋହେଲା, ପଦମପୁର ଓ ପାଇକମାଲ ଦେଇ ନୂଆପଡା ଜିଲ୍ଲାର ସିନାପାଲି ଓ କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ଦେଇ 4 ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଓ୍ୱେ ନିର୍ମାଣାଧିନ ଥିବା ବେଳେ ଏ ସମସ୍ତ ସ୍ଥାନ ଦେଇ ଅର୍ଥନୈତିକ କରିଡର ସୃଷ୍ଟି ହେବ । ଏଥିପାଇଁ 11ଟି ଶିଳ୍ପ ସଂସ୍ଥା ଉଦ୍ୟୋଗ ସ୍ଥାପନ ପାଇଁ ସହମତି ପ୍ରକାଶ କରିଛନ୍ତି । ଏଥିନେଇ ଟେଣ୍ଡର ପ୍ରକ୍ରିୟା ସରିଛି ।ଏହି ଅର୍ଥନୈତିକ କରିଡର ପାଇଁ ବରଗଡରେ କେତେକ ସ୍ଥାନ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଜମି ଅଧିଗ୍ରହଣ ସରିଛି । ବିଜୁ ଏକ୍ସପ୍ରେସ ୱେ ଏବଂ ରେଳସଂଯୋଗୀ କରୁଥିବା ନୂଆପଡାର ଖରିଆର, କଳାହାଣ୍ଡିର ଜୁନାଗଡ, ବରଗଡର ପଦମପୁର ଭଳି ଛୋଟ ଛୋଟ ସହରରେ ଶିଳ୍ପୋଦ୍ୟୋଗ ସ୍ଥାପନକୁ ଗୁରୁତ୍ୱ ଦିଆଯିବ । ଏଦିଗରେଜିଲ୍ଲାଇନଭେଷ୍ଟମେଣ୍ଟସଂସ୍ଥା (ଦିପା) ଏହାରକାର୍ଯ୍ୟ ଜାରି ରଖିଛି । ପରବର୍ତ୍ତୀ ସମୟରେ ‘ଦିପା’ ଏହାର କାର୍ଯ୍ୟ ପରିସର ଖୋର୍ଦ୍ଧା, କଟକ, ବଲାଙ୍ଗୀରଓକୋରାପୁଟଜିଲ୍ଲାକୁସଂପ୍ରସାରିତକରିବ।
ଆହୁରି ମଧ୍ୟ ବଡ ବଡ ଶିଳ୍ପ ସଂସ୍ଥା, ଅଣୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଜୁଲାଇ ପ୍ରଥମ ବା ଦ୍ୱିତୀୟ ସପ୍ତାହରେ ସମ୍ବଲପୁର କିମ୍ବା ଝାରସୁଗୁଡାରେ ମେକ୍ ଇନ୍ ଓଡିଶା ଆନୁକୂଲ୍ୟରେ ‘ଆଡଭାଣ୍ଟେଜ୍’ ଅନୁଗୋଳ ପରି କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ଏହି ବୈଠକରେ ପୂର୍ତ୍ତ, ଶିଳ୍ପ, ଏମ୍ଏସ୍ଏମ୍ଇ ବିଭାଗ ଓ ଇପିକଲ ଆଦି ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.