ବଡ଼କୁଞ୍ଜାରୀରେ ରକ୍ତଦାନ ଶିବିର 

0

ପଦ୍ମପୁର/-ପଦ୍ମପୁର ଉପଖଣ୍ଡ ସ୍ଥିତ ଜଗଦଳପୁର ବଡକୁଞ୍ଜାରୀ ଛକଠାରେ ଆଜି ଡା. ମୋହନ ପଟେଲଙ୍କ କ୍ଲିନିକ୍ ଠାରେ ଏକ ରକ୍ତଦାନ ଶିବୀର ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଶିବୀରରେ ଡ଼ା. ଗାୟତ୍ରୀ କୁମାରୀ ନନ୍ଦ (ଆୟୁଷ ଏମ୍.ଓ. ଜଗଦଳପୁର) ମୁଖ୍ୟ ଅତିଥି ଭାବେ ଜୋଗଦେଇ ରକ୍ତଦାତା ମାନଙ୍କୁ  ଉତ୍ସାହିତ  କରିଥିଲେ । ଏହି ଶିବିରରେ ୩୧ଜଣ ମତଦାତା ଯୋଗ ଦେଇଥିଲେ । ଅତି ଉତ୍ସାହର ସହ ୨୧ଜଣ ପ୍ରଥମ ଥର ପାଇଁ ରକ୍ତଦାନ କରି ନୂତନ ରକ୍ତଦାତା ହେବାବେଳେ ପ୍ରଥମ ଥର ପାଇଁ ଜଣେ ମହିଳା ଶ୍ରୀମତୀ ଦିବ୍ୟା ଜ୍ୟୋତି ପଟେଲ ଓ ନିଜେ ଡା. ଗାୟତ୍ରୀ କୁମାରୀ ନନ୍ଦ ମଧ୍ୟ ରକ୍ତଦାନ କରିଥିଲେ । ଡୁଙ୍ଗୁରିପାଲି ସ୍ଥିତ ସିଆରପିଏଫ୍ କ୍ୟାମ୍ପରୁ ନବବ୍ୟାସ ବାରିକ(ଜବାନ) ଆସି  ଯୋଗଦେଇଥିଲେ । ଗଜପତି ଖର୍ସେଲ, ପ୍ରେମ କୁମାର ପଟେଲ, ସାମନ୍ତ ଲୁହାର, ଶଙ୍କର ପଟେଲ, ଗଜପତି ପଟେଲ, କୁମର ନାଏକ, ପୃଥ୍ୱୀରାଜ ପଟେଲ,  କନ୍ଦର୍ପ ପଟେଲ, କେତନ ପଟେଲ, ତରଣୀ ମହାପାତ୍ର, ଦେବେନ୍ଦ୍ର ପୋଢ, ନିଧି ସେଠ, ଗୋବର୍ଦ୍ଧନ ସାଣ୍ଢ, ବେଦାନ୍ତ ନାଏକ, ରାଜେଶ ପଟେଲ, ଅରୁଣ ଧର୍ମଘଟ, ଲୋକେଶ୍ୱର ପଟେଲ, ଚନ୍ଦଶେଖର ପଟେଲ, ହୃଷିକେଶ ପଟେଲ, ଗୋବର୍ଦ୍ଧନ ନାଏକ, ଚନ୍ଦନ ପଟେଲ, କାମଦେବ ପଟେଲ, ବିନୋଦ ଛୋକି, ହରି ନାଏକ, ଜୟ ଚନ୍ଦ୍ର ପ୍ରଧା. କିଶୋର ବରିହା, କେଶୁ କୁମାର ଭୋଇ ଓ ଦୁଖ ନାଶନ ନାୟକ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସଂର୍ପନ କରିବା ପାଇଁ ଗୋବର୍ଦ୍ଧନ ନାଏକ, ରୁଷି ପଟେଲ, ଶଙ୍କର ପଟେଲ, ପ୍ରଶାନ୍ତ ପଟେଲ, କେତନ ପଟେଲ, ଗୋବର୍ଦ୍ଧନ ସାଣ୍ଢ ସହଜୋଗ କରିିଥିଲେ । ପଦ୍ମପୁର ଉପଖଣ୍ଡ ରକ୍ତଭଣ୍ଡାର ତରଫରୁ ଶ୍ରୀ ସଂଗ୍ରାମ କେଶରୀ ମାହୁନ୍ତ, ହିତେଶ ସାହୁ, ଦିପକ ସାହୁ, ଜିତେନ୍ଦ୍ରୀୟ ଗୁର୍ଲା ଉପସ୍ଥିତ ରହିଥିବା ବେଳେ ସମ୍ବାଦ ସାମ୍ବାଦିକ ଜି, ଶ୍ରୀନିବାସ ରାଓ ରକ୍ତଦାନ ଶିବୀରର ପରିଚାଳନା କରିଥିଲେ । ଡା. ମୋହନ ପଟେଲ ସମସ୍ତ ବ୍ୟବସ୍ଥା ନିଜେ ଆୟୋଜିତ କରି ପ୍ରଥମ ଥର ପାଇଁ ବଡକୁଞ୍ଜାରୀରେ ରକ୍ତଦାନ ଶିବୀର ଅନୁଷ୍ଠିତ  କରାଇ ଥିବାରୁ ଅଂଚଳବାସୀ ଧନ୍ୟବାଦର ପାତ୍ର ବୋଲି ଚର୍ଚ୍ଚା କରିଥିଲେ ।   

Leave A Reply

Your email address will not be published.