ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲେ ମନ୍ତ୍ରୀ ପ୍ରତାପ ଜେନା

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ) : ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ଗ୍ରାମ ପଂଚାୟତ ମୁସଲମାନ ସାହିର ଗୋଟିଏ ପରିବାରର ୨ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ମୁସଲମାନ ସାହିର ସେକ୍ କଲାମ୍ ଉଲ୍ଲାଙ୍କ ଗୃହରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡ଼ି ପାଉଁଶ ହୋଇଥିଲା । ସ୍ଥାନୀୟ ଗ୍ରାମବାସୀ ନିଆଁକୁ ଲିଭାଇବା ନିମନ୍ତେ ଅକ୍ଲାନ୍ତ ଉଦ୍ୟମ କରିଥିଲେ ମଧ୍ୟ ଲିଭାଇ ପାରିନଥିଲେ । ବିପନ୍ନ ପରିବାର ଖୋଲା ଆକାଶ ତଳେ ପ୍ରଚଣ୍ଡ ଖରା ତାତି ସହି ପଡ଼ିରହିଥିବାର ଖବର ପ୍ରଚାର ପ୍ରସାର ହେବା ପରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ଫଗୋଳ ସରପଂଚ ବୈଷ୍ଣବଚରଣ ସାମଲ, ସମିତିସଭ୍ୟ ନୃସିଂହ ମିଶ୍ର ,ଯୁବନେତା ଜ୍ଞାନରଂଜନ ରାଉତ ଅଗ୍ନିବିପନ୍ନ ପରିବାରଙ୍କ ନିକଟରେ ପହଂଚିି ଜରିପାଲ , ଶୁଖିଲା ରେସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଏଭଳି ପଦକ୍ଷେପ ପାଇଁ ଅଗ୍ନିବିପନ୍ନ ପରିବାର ତରଫରୁ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଯାଇଛି ।

Leave A Reply

Your email address will not be published.