ବ୍ୟାଙ୍କ ଅଫ୍ ଇଣ୍ଡିଆର ନେଟ୍ ଲାଭ ୩,୪୦୫ କୋଟି ଟଙ୍କା

0

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ଥିକ ବର୍ଷ ୨୦୨୧-୨୨ର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳରେ ୬୦୬ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରିଥିବା ସହ ବ୍ୟାଙ୍କର ନେଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ତୁଳନାରେ ଶତକଡା ୧୪୨.୩୧ ପ୍ରତିଶତ ଅଭିବୃଦ୍ଧି ଘଟିଥିବା କଥା ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଛି । ରିଟର୍ଣ୍ଣ ଅନ୍ ଆସେଟ (ଆର୍‌ଓଏ) ୧୭ ବିପିଏସ୍ ହାରରେ
ଶତକଡା ୦.୩୦ ପ୍ରତିଶତ ବୃଦ୍ଧି ପାଇଛି । ରିଟର୍ଣ୍ଣ ଅନ୍ ଇକ୍ୟୁଟୀ (ଆର୍‌ଓଇ) ଶତକଡା ୨୬୭ ବିପିଏସ୍ ହାରରେ ଶତକଡା ୬.୬୪ ପ୍ରତିଶତ ବୃଦ୍ଧି ପାଇଛି । ବ୍ୟାଙ୍କର ସିଆର୍‌ଏଆର୍ ସିଇଟି-୧ ଅନୁପାତ ଶତକଡା ୧୭.୦୪ ପ୍ରତିଶତ ସହିତ ୧୪.୦୨ ପ୍ରତିଶତ ରହିଛି । ବ୍ୟାଙ୍କର ନେଟ୍ ଏନ୍‌ପିଏ ୧୦୧ ବିପିଏସ୍ ହ୍ରାସ ପାଇ ଶତକଡା ୨.୩୪ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ପ୍ରୋଭିଜନ୍ କଭରେଜ ରେସିଓ (ପିସିଆର୍‌) ଶତକଡା ୮୭.୬୭ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର କାସା ଡିପୋଜିଟ୍ ପୂର୍ବ ବର୍ଷ ଶତକଡା ୪୧.୨୭ ପ୍ରତିଶତ ରହିଥିବା ବେଳେ ଆର୍ଥିକ ବର୍ଷ ୨୦୨୧-୨୨ ଏହା ଶତକଡା ୪୫.୦୨ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କର ମୋଟ୍ ସୁଧ ଆୟ ପୂର୍ବ ଆର୍ଥିକ ବର୍ଷ ୧୪,୨୬୯ କୋଟି ଥିବା ବେଳେ ଏହା ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ୧୪,୦୬୨ କୋଟିରେ ପହଞ୍ଚିଛି । ବ୍ୟାଙ୍କର ଅଣ ସୁଧ ଆୟ ପୂର୍ବ ଆର୍ଥିକ ବର୍ଷରେ ୬,୮୪୨କୋଟି ଟଙ୍କା ରହିଥିବା ବେଳେ ଏହା ଶତକଡା ୧୫.୧୫ ପ୍ରତିଶତ ଅଭିବୃଦ୍ଧି ହାରରେ ୭,୮୭୯ କୋଟି ଟଙ୍କାରେ ପହଂଚିଛି ।
ଏନ୍‌ଆଇଏମ୍ (ଗ୍ଲୋବାଲ) ଶତକଡା ୨.୫୮ ପ୍ରତିଶତ ରହିଥିବା ବେଳେ ଏନ୍‌ଆଇଏମ୍ (ଘରୋଇ) ଶତକଡା ୨.୯୦ ପ୍ରତିଶତ ରହିଛି । ବ୍ୟାଙ୍କର ଗ୍ଲୋବାଲ ବିଜିନେସ ୪.୫୬ ପ୍ରତିଶତ ବୃଦ୍ଧି ପାଇ ୧୦,୮୪,୯୧୦ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର (ସିଆର୍‌ଏଆର୍‌) ଶତକଡା ୧୭.୦୪ ପ୍ରତିଶତ ରହିଛି ।

Leave A Reply

Your email address will not be published.