ପଦ୍ମପୁର କ୍ଷୁଦ୍ର ଜଳ ସେଚନ ବିଭାଜିକା ର ନିର୍ବାହୀ ଅଧିକାରୀ ଙ୍କୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୦୨ ନମ୍ବର କାଉନସିଲରଙ୍କ ଦାବି ପତ୍ର ପ୍ରଦାନ।

0

ପଦ୍ମପୁର: ପଦ୍ମପୁର ସହର ରେ ପୂର୍ବ ରୁ ହୋଇଥିବା ପ୍ରକଳ୍ପ ଅନୁଯାୟୀ କ୍ଷୁଦ୍ର ଜଳ ସେଚନ ବିଭାଜିକା ର କିଛି କେନାଲ ବର୍ତ୍ତମାନ ର ବସ୍ତି ମଧ୍ୟ ଦେଇ ଯାଉଛି। ଏଣୁ ବସ୍ତି ମଧ୍ୟ ରୁ ଯାଉଥିବା ଏହି କେନାଲ ଗୁଡିକ ର ବର୍ତ୍ତମାନ କାର୍ଯ୍ୟକାରିତା ନହେଉଥିବା ସମାନ। ହେଲେ ବର୍ଷା ଜଳ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ର କିଛି ନାଳ ଏହି କେନାଲ ରେ ସଂଯୋଗ ହୋଇ ଯାଇଥିବା ରୁ ପରିତ୍ୟକ୍ତ ଅବସ୍ଥା ରେ ଥିବା ଏହି କେନାଲ ମାନଙ୍କରେ ଅନାବନା ବୃକ୍ଷ ଲତା ସହ ଶନ୍ତ ସନ୍ତିଆ ବାତାବରଣ ଅହରହ ରହିଛି। ଏଣୁ ଏହି ସ୍ଥାନ ମାନଙ୍କ ରେ ମଶା ମାଛି ଆଦି ଭୁ ରୋଗବ୍ୟାପୀ ଜୀବାଣୁ ବ୍ୟାକ୍ଟେରିଆ ଆଦି ସ୍ଥାନ ପାଉଛନ୍ତି। ଯାହା ଦ୍ୱାରା ପରିବେଶ ତଥା ସ୍ୱାସ୍ଥ୍ୟ ଜନିତ ହାନି ହେବାର ଆଶଙ୍କା ରହିଛି। ବର୍ଷା ଦିନରେ ଏହି କେନାଲ ର ମଇଲା ପାଣି ସହରର ଘର ମାନଙ୍କରେ ପଶିବାର ମଧ୍ୟ ସମ୍ଭାବନା ରହିଛି। ଏଣୁ ଏହି ସବୁ କେନାଲ ଗୁଡିକ ର ଯଥା ଶୀଘ୍ର ସମ୍ଭବ ସଫେଇ ସହ ଉଚ୍ଚିତ ବ୍ୟବସ୍ତା କରିବା ପାଇଁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନମ୍ବର ୦୨ ର କାଉନସିଲର ଇଂଜିନିୟର କୁନାଲ ପାଣିଗ୍ରାହୀ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ର ନିର୍ବାହୀ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ବରିଷ୍ଠ ଆଇନଜିବି ହରି ସିଂ,ପ୍ରତାପ ନାଥ,ଅମିତ ଗର୍ଗ,ଦିନେଶ ବାରିକ,ମଣ୍ଟୁ ପାଣ୍ଡେ, ତଥା ୨ ନମ୍ବର ୱାର୍ଡ ର ବାସିନ୍ଦା ଉପସ୍ତିତ ଥିଲେ।

Leave A Reply

Your email address will not be published.