“ଗଛ ଲଗାଇ ତାକୁ ଛୁଆ ଭଳି ଲାଳନ ପାଳନ କରି ବଢାଇବା ଉଚିତ”

0

ନାବାର୍ଡ ପକ୍ଷରୁ ଜିଲ୍ଲା ସ୍ତରୀୟ ଜଳବାୟୁ ପରିବର୍ତ୍ତନ ସାକ୍ଷରତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ନାବାର୍ଡ ପକ୍ଷରୁ ଜିଲ୍ଲା ସ୍ତରୀୟ ଜଳବାୟୁ ପରିବର୍ତ୍ତନ ସାକ୍ଷରତା ଅଭିଯାନ-୨୦୧୮ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବନବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି | ନାବାର୍ଡର ଜିଲ୍ଲା ବିକାଶ ପରିଚାଳକ ତଥା ଏଜିଏମ ଶ୍ରୀ ସୁଦ୍ୟୋମ୍ନ ପାଲ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆଜିକାଲି ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନର ସମସ୍ୟାକୁ ସାମନା କରି ଏହାକୁ ଓ ଏହାର ଅବକ୍ଷୟକୁ ରୋକିବା ଦିଗରେ  ଗ୍ରାମାଞ୍ଚଳ ଲୋକେ ଗଛ ଲଗାଇ କିଭଳି ପଦକ୍ଷେପ ନେବେ ସେ ଉପରେ ବୁଝାଇଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କରକରା ଯୋଗଦେଇ ବୃକ୍ଷରୋପଣ କରି ଜଳବାୟୁ ପରିବର୍ତ୍ତନକୁ କିଭଳି ରୋକିବା ଏବଂ ଗଛ ଲଗାଇବା ପରେ ତାର କିଭଳି ରକ୍ଷଣା ବେକ୍ଷଣ କରି ହେବ ଏବଂ ଛୁଆର ଭରଣ ପୋଷଣ କଲାଭଳି ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଦାମୋଦର ଉଗରସଣ୍ଡି, ସହକାରୀ ବନ ସଂରକ୍ଷଣ ଅଧିକାରୀ ଶିବଶଙ୍କର ସାବତ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଭବବାନ ସାହୁ କୃଷି ଅଧିକାରୀ ମାଧବ ରାଓ, ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ତଥା ଏଡିଏମଓ ଡା ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନରେ ପଡୁଥିବା ପ୍ରଭାବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଶେଷରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ସମସ୍ତ ଅତିଥିମାନେ କରଞ୍ଜ ଓ ନିମ୍ୱ ଗଛ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସପ୍ତାହ ବ୍ୟାପୀ ୩୦ ହଜାର ଚାରା ଗଜପତି ଜିଲ୍ଲାରେ ରୋପଣ କରାଯିବ  । ଏସ ଏଚ ଜି, କୃଷକ କ୍ଲବ, ପ୍ରଡ୍ୟୁସର ଗ୍ରୁପ ଓ ଚାଷୀମାନଙ୍କ ମଧ୍ୟରେ ବୋଲି କହିଥିଲେ । ସିସିଡି ଜଗନ୍ନାଥ ରାଜୁ ଓ ସୁରକ୍ଷା ମୁଖ୍ୟ ମୋତିଲାଲ ରେଡି ପ୍ରମୁଖ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.