ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ସ୍ଥିତ ଡ଼: ସତ୍ୟ ନାରାୟଣ ରାଜାଗୁରୁ ବିଦ୍ୟାଳୟ ପରିସରରେ ଜିଲ୍ଲା ମିଶନ ଶକ୍ତି ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ମହିଳା ଉଦ୍ୟୋଗ ସଂଗଠନ ପକ୍ଷରୁ ମହିଳା ମାନଙ୍କ ନିମନ୍ତେ ଛଅ ମାସିଆ ସିଲେଇ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହେଶ୍ବର ଚନ୍ଦ୍ର ନାୟକ ଓ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ମିଳିତ ଭାବେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଦୀର୍ଘ ବର୍ଷ ଧରି ମହିଳା ମାନଙ୍କୁ ସଶକ୍ତିକରଣ କରାଇବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଉଛି ମହିଳା ମାନେ ସେ ସବୁର ସୁଯୋଗ ନେବା ଉଚିତ।
ମହିଳା ମାନେ ଏଠାରୁ ତାଲିମ ନେବା ପରେ ଏହି ତାଲିମ ଶିକ୍ଷାକୁ ସେମାନେ ସେମାନଙ୍କ ଦୀର୍ଘସ୍ଥାୟୀ କ୍ଷେତ୍ରରେ ଉପଯୋଗ କରିବା ସହ ସ୍ୱାବଲମ୍ବି ହୋଇ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଦିଗରେ ସହାୟକ ହେବାପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ନାୟକ ଆହ୍ବାନ କରିଥିଲେ।
ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ସହ ସେମାନଙ୍କୁ ସଶକ୍ତ କରାଇବା ଦିଗରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇ କିଭଳି ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟ କରି ଚାଲିଛନ୍ତି ସେ ସମ୍ପର୍କରେ ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ କହିଥିଲେ।
ମହିଳା ଉଦ୍ୟୋଗ ସଂଗଠନର ମୁଖ୍ୟ ତଥା ପ୍ରଶିକ୍ଷିକା ରଶ୍ମିତା ମହାରଣା କାର୍ଯ୍ୟକ୍ରମରେ ସଂଯୋଜନା କରି ସ୍ବାଧୀନ ଭାବେ କାର୍ଯ୍ୟକରି ନିଜକୁ ସ୍ୱାବଲମ୍ବି ହେବାପାଇଁ ଛାତ୍ରୀ ଜୀବନରୁ ହିଁ ମୋର ଏକ ଲକ୍ଷ୍ୟ ଥିଲା , ଯାହାକି ଆଜି ତାହା ସଫଳ ହେବାକୁ ଯାଉଛି ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ମାଝୀ , ଜିଲ୍ଲା ଓରମାସର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର କର , ଜିଲ୍ଲା ସଂଯୋଜକ ଶ୍ରୀ କାର୍ତ୍ତିକ ମହାପାତ୍ର , ଜିଲ୍ଲା ମିଶନ ଶକ୍ତିର ଗୋଷାଣୀ ବ୍ଲକ ପ୍ରକଳ୍ପ ସଂଯୋଜକ ଶ୍ରୀ ଲାବଣ୍ୟ ରଇତ , ଏନ୍ ୟୁ ଏଲ ଏମ୍: ସଂଯୋଜକ ଶ୍ରୀ ନକୁଳ ବିଶୋଇ ଏବଂ ମହିଳା ଗୋଷ୍ଠି ସଂଯୋଜିକା ଇନ୍ଦିରା ଗୌଡ଼ ପ୍ରମୁଖ ଯୋଗ ଦେଇ ଅଧିକ ଉତ୍ପାଦନ କରିବା , ଉତ୍ପାଦିତ ସାମାଗ୍ରୀର ବଜାରୀକରଣ ସୁବିଧା ବ୍ୟବସ୍ଥା ଏବଂ ଓରମାସ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କିଭଳି ସହଯୋଗ କରାଯିବ ସେ ସମ୍ପର୍କରେ କହିଥିଲେ।
ଅନ୍ୟ ପକ୍ଷରେ ମହିଳା ମାନଙ୍କୁ ସଶକ୍ତକରଣ କରାଇବା ସହ ସେମାନଙ୍କ ଜୀବିକା ନିର୍ବାହ କାର୍ଯ୍ୟକ୍ରମକୁ ଜିଲ୍ଲା ମିଶନଶକ୍ତି ମାଧ୍ୟମରେ କିଭଳି ଆଗକୁ ନିଆଯାଉଛି ସେ ସମ୍ପର୍କରେ କହିଥିଲେ।
ମୁଖ୍ୟତଃ ଭାବେ ଏହି ଯୋଜନା କାର୍ଯ୍ୟକ୍ରମରେ ପ୍ରତି ବେଚରେ ୧୫ ଜଣ ଲେଖାଏଁ ମହିଳାଙ୍କୁ ନେଇ ତାଲିମ ପ୍ରଦାନ କରାଯିବ ଏବଂ ଏହାଦ୍ୱାରା ପ୍ରତ୍ୟେକ ବ୍ଲକର ମହିଳା ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।
ଅନ୍ୟପକ୍ଷରେ ଏହାର ସମସ୍ତ ଉତ୍ପାଦିତ ସାମଗ୍ରୀକୁ ବିକ୍ରିବଟାର ବଜାର ସୁବିଧା ବ୍ୟବସ୍ଥା ନିମନ୍ତେ ଜିଲ୍ଲା ଓରମାସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ ବୋଲି କୁହା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ମାନେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.