ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ସମାବର୍ତ୍ତନ ଉତ୍ସବ ଓ ନୂତନ ଶୌଚାଳୟ ଉଦଘାଟିତ |

0

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୁଣପୁର ରେ ଦଶମ ଶ୍ରେଣୀ ଶିଶୁଙ୍କ ସମାବର୍ତ୍ତନ ଉତ୍ସବ ଯଥାରୀତି ପାଳନ ହେବା ସହିତ ନୂତନ ଶୌଚାଳୟ (ଭାଇ ) ଉଦଘାଟନ ହୋଇଯାଇଛି ଇତ୍ୟବସରରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିକଟସ୍ଥ ଘନନ୍ତ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ଓ ଉଦେଶ୍ୟ ଜ୍ଞାପନ କରିଥିଲେ l ଆଚାର୍ଯ୍ୟ ଶ୍ରୀମତୀ ସଂଯୁକ୍ତା ନାୟକ ସଂଯୋଜନା କରିଥିଲେ l ମୁଖ୍ୟ ଅତିଥି ତଥା ସ୍ଥାନୀୟ ବିଧାୟକ ଅନୁଷ୍ଠାନ ପାଇଁ ବିଧାୟକ ପାଣ୍ଠିରୁ ବିଜ୍ଞାନାଗାର ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଅଛନ୍ତି lଦଶମ ଶ୍ରେଣୀ ଶିଶୁ ମାନେ ନିଜ ନିଜର ଅନୁଭୂତି କଥନ କରିବା ସହିତ ଗୁରୁଜୀ ଗୁରୁମା ମାନଂକଠାରୁ ଆଶୀର୍ବାଦ ଗ୍ରହଣ କରି ଭୋଜି ସାରି ଗୃହକୁ ପ୍ରତ୍ତ୍ୟାବର୍ତ୍ତନ କରିଥିଲେ l ପରିଚାଳନା ସମିତି ର ସଭାପତି ଶ୍ରୀ ବି ଗଜପତି ରାଓ ଓ ସମ୍ପାଦକ ଶ୍ରୀ ସୋମନାଥ ଗୌଡ଼ ଉପସ୍ଥିତ ରହି ମାର୍ଗଦର୍ଶନ କରିବା ସହିତ ଉପସଭାପତି ଯୁଗ୍ମ ସମ୍ପାଦକ କୋଷାଧ୍ୟକ୍ଷ ଓ ସଦସ୍ୟା ପ୍ରଭୁତି ଉପସ୍ଥିତ ଥିଲେ l ପୂର୍ବତନ ସଂକୁଳ ପ୍ରମୁଖ ଶ୍ରୀ ମନୋରଞ୍ଜନ ରଥ ଓ ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ତଥା ସଙ୍ଘ କାର୍ଯ୍ୟକର୍ତା ଶ୍ରୀ ପ୍ରଭାତ ମହାପାତ୍ର ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ l

Leave A Reply

Your email address will not be published.