ଜଗତସିଂହପୁର, /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଂଚାୟତ ବିଜେଡି ପକ୍ଷରୁ ତଳବରେଇ କେନାଲ ରୋଡ଼ ଠାରେ ପବିତ୍ର ଇଦ ମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଂଚାୟତ ସଭାପତି ତଥା ବରିଷ୍ଟ ସମାଜସେବୀ ହଜିଶେଖ କଲ୍ଲୀମୁଲ୍ଲା ଙ୍କ ନେତୃରେ ଅନୁଷ୍ଠିତ ଇଦ ମିଲନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହମଦ ଅବଦୁଲ ମାଜୁଦ ଅଲ୍ଲୀ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ସମ୍ନାନୀତ ଅତିଥି ଭାବେ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ବିଶିଷ୍ଟ ସଂଗଠକ ଆଲୋକ ଦାସ, ସରପଞ୍ଚ ନମିତା ଖଟୁଆ, ସମିତିସଭ୍ୟ ସୁବାଷ ବେହେରା, ଗୁରୁପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ପବିତ୍ର ଇଦ ମିଲନ ସମ୍ପର୍କରେ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଡାକ୍ତର ମଲ୍ଲିକ ତାଙ୍କ ବକ୍ତବ୍ୟ ରେ ଇଦ ପର୍ବ ହେଉଛି ଆମ୍ଭ ମୁସଲମାନ ଭାଇ ମାନଙ୍କର ଭାଇଚାରା ର ପର୍ବବୋଲି ମତ ବେକ୍ତ କରିଥିଲେ l ଆମ୍ଭେ ସମସ୍ତେ ହେଉଛି ଭାଇ ଭାଇ. ଏହାସହିତ କୃଷ୍ଣାନନ୍ଦପୁର ପଞ୍ଚାୟତ ବାସି ହେଉଛନ୍ତି ମୋର ଅତି ପ୍ରିୟ l କୃଷ୍ଣାନନ୍ଦପୁର ପଂଚାୟତ ରେ ମୋତେ ଯେତେବେଳେ ଯାହା କହିବେ ସେମାନଙ୍କ ପାଇଁ ତାହା କରାଯିବ l ଏଥିସହିତ କୃଷ୍ଣାନନ୍ଦପୁର ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ମହାନଦୀ ଉପରେ କଟକ ପାରାଦ୍ୱୀପ ରାସ୍ତା କୁ ସଂଯୋଗ କରୁଥିବା ଏକ ବୃହତ ପୋଲ ନିର୍ମାଣ କରାଯାଉଛି ବୋଲି ମଧ୍ୟ କହିଥିଲେ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତି ହାଜି ଶେଖ କଲ୍ଲୀମୁଲ୍ଲା କହିଥିଲେ ଯେ କୃଷ୍ଣାନନ୍ଦପୁର ପଂଚାୟତ ରେ ଇଦ ପର୍ବରେ ଇଦ ମିଲନ କାର୍ଯ୍ୟକ୍ରମ ରେ ହିନ୍ଦୁ, ମୁସଲିମ ଏକତା ଓ ଭାଇଚାରା ର ଏକ ବଳିଷ୍ଠ ଉଦାହରଣ ବୋଲି କହିଥିଲେ l ଇଦ ପର୍ବ ହେଉଛି ଭାଇଚାରା ର ପର୍ବ l ଏଥିରେ ମୁସଲିମ ଭାଇମାନେ ଏକ ମାସ ଓଷା ପାଳନ କରିଥାନ୍ତି l ଦିନ ବେଳା ଉପବାସ ରହି ସନ୍ଧ୍ୟା ସମୟରେ ଆଜନ ପରେ ଫଳମୂଳ ଖାଇ ଓଷା ଫିଟାଇଥାନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post