ଭଞ୍ଜନଗର/ନିଲୁ ବିଷୋୟୀ. ବହୁ ଠକ ଓ ଅଳସୁଆ ପ୍ରକୃତିର ଲୋକଙ୍କ ସମେତ ନାବାଳକ ମାନେ ମଧ୍ୟ ଠାକୁର ଙ୍କ ନାମରେ ସାଧାରଣ ଲୋକଙ୍କୁ ଲୁଟୁଥିବା ଜଣାପଡିଛି।ଯାହା ଫଳରେ ଭଞ୍ଜନଗର ସହରରେ ପ୍ରତିଦିନ ୪/୫ଟି ଗାଡ଼ିରେ କିଛି ଲୋକ ଆସି ବିଭିନ୍ନ ଦେବାଦେବୀଙ୍କ ନାମରେ ମନ୍ଦିର ନିର୍ମାଣ, ପ୍ରତିଷ୍ଠା, ଯଜ୍ଞ, ସଂକୀର୍ତ୍ତନ ପାଇଁ ଅର୍ଥ ଆଦାୟ କରୁଥିବା ଦେଖାଯାଇଛି।ସେହିପରି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାଲେରୀ ଗ୍ରାମର ମା’ ଦଣ୍ଡଳାଳୀ କମିଟି ତରଫରୁ ଏକ ପ୍ରେସ ବିବୃତି ଜାରି କରାଯାଇଛି। ଗତ କିଛି ମାସ ଧରି ଗାଲେରୀ ମା’ ଦଣ୍ଡକାଳୀଙ୍କର ନାମ ନେଇ ଓଡ଼ିଶାର କିଛି ଠକ ସଙ୍ଗଠନ ବିଭିନ୍ନ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି।ଦଣ୍ଡକାଳୀଙ୍କର ଆଜ୍ଞାମାଳ, ଢୋଲ, ବାନା, ପିଞ୍ଚ କିମ୍ବା ଅନ୍ୟ କୌଣସି ପୂଜା ପଦ୍ଧତି ସାମଗ୍ରୀ ଦଣ୍ଡନାଚ କମିଟି କିମ୍ବା ଅଧିକାରୀ କୌଣସି ସଂଗଠନକୁ ପ୍ରଦାନ କରିନାହାନ୍ତି। ଅଯଥାରେ, ଗାଲେରୀ ମା’ ଦଣ୍ଡକାଳୀଙ୍କର ନାମ ନେଇ ସେମାନେ ନିଜେ ନିଜେ ଦଣ୍ଡନାଚ ତିଆରି କରି ବିଭିନ୍ନ ଲୋକଙ୍କୁ ଗାଲେରୀ ମା’ ଦଣ୍ଡକାଳୀଙ୍କର ଭଉଣୀ କହି କିମ୍ବା ଆଜ୍ଞାମାଳ ପାଇଥିବା କହି ଦଣ୍ଡନାଚ ସୃଷ୍ଟି କରି ଲୋକଙ୍କ ଠାରୁ ଅର୍ଥ ଆଦାୟ କରିବା ପରି ଅଭିନୟ କରିଚାଲିଛନ୍ତି । ଏପରି ଯେ, ଗାଲେରୀ ମା’ ଦଣ୍ଡକାଳୀଙ୍କଠାରେ ବର୍ଷ ବର୍ଷ ଧରି ରହିଥିବା ମାନସିକଧାରୀ ଭକ୍ତଙ୍କର ମନସ୍କାମନା ପୂରଣ କରିଦେବେ କହି ଭଣ୍ଡାମି ନିତୀକୁ ଆପଣେଇ ନେଇଛନ୍ତି। ସୂଚନା ଯୋଗ୍ୟ ଯେ, ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ବ୍ଳକ ସମେତ, କୋରାପୁଟ ଜିଲ୍ଲାରେ ଏପରି କିଛି ଠକ ସଂସ୍ଥା ମୁଣ୍ଡ ଟେକି ଥିବାର ଖବର ହସ୍ତଗତ ହୋଇଛି । ସେହି ସବୁ ଠକ ସଂସ୍ଥା ଗାଲେରୀ ମା’ ଦଣ୍ଡକାଳୀଙ୍କ ନାମ ନେଇ ଅର୍ଥ ଆଦାୟ କରିବାରେ ଲାଗିଛନ୍ତି । ଯାହାଫଳରେ ସମଗ୍ର ଓଡିଶାର ପ୍ରସିଦ୍ଧ ଗାଲେରୀ ଐତିହାସିକ ଗଣପର୍ବ ମା’ ଦଣ୍ଡକାଳୀଙ୍କ ଅପୂର୍ବ ମହିମା ପ୍ରତି କୁଠାରଘାତ ସୃଷ୍ଟି କରିଛି। ତେଣୁ ଏହି ଦିଗରେ ଜନ ସାଧାରଣ ସତର୍କ ରହିବା ପାଇଁ କମିଟି ତରଫରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.