ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ 

0

ପଦ୍ମପୁର,(ନୀଳ ଦୀପ)- ପଦ୍ମପୁର ବ୍ଲକ ଜମଲା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ବୈଠକ ସୋମବାର ଦିନ ଡାକ୍ତରଖାନା ପରିସରରେ ଅନୁଷ୍ଠିତ  ହୋଇଯାଇଛି  । ଏହି ବୈଠକରେ ପଦ୍ମପୁର ବିଧାୟକ ପ୍ରଦିପ ପୁରୋହିତ ଅଧ୍ୟକ୍ଷତା କରିଥିବା ବେଳେ ଜମଲା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା  ଅଧିକାରୀ ଡା. ତହସିଲ ସାହୁ ଡାକ୍ତରଖାନାରେ ଡାକ୍ତର ଅଭାବ ସହିତ ଅନ୍ୟାନ୍ୟ ଅସୁବିଧା ଗୁଡିକ ବିଷୟରେ ଅବଗତ କରାଇଥିଲେ  । ବିପିଏମ ସୁଧାଂଶୁ ପ୍ରଧାନ ୨୦୧୮-୧୯ ବର୍ଷର ପିଆଇପି ଉପସ୍ଥାପନ କରିଥିଲେ  । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବିଡିଓ ଏଲିଜା ମିଶ୍ର, ସିଡିପିଓ ସୁନିତୀ ଦେବତା, ବିଇଓ ସୁନୀଲ କୁମାର ମୁଣ୍ଡୁ, ଡା. ଲୋକପାଲ ଭୋଇ, ଏଲିୟ ସାଗର, ରାହାସ ସାହୁ, ହେମନ୍ତ ପ୍ରଧାନ, ଶିବପ୍ରସାଦ ବେହେରା, ସନ୍ତୋଷ ସିଂ, କଲାକହ୍ନେଇ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ  । ସଭା ଶେଷରେ ଶିବପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.