ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କ୍ରୀଡା ବିଭାଗ ତରଫରୁ ବିଭିନ୍ନ ଆବାସ ଆଶ୍ରମ ବିଦ୍ୟାଳୟର ଖେଳ ପଡିଆ ଠାରେ ହକି ଖେଳର ପ୍ରଦର୍ଶନ କରାଯାଇଅଛି।
ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ନାଭାଲ ଟାଟା ହକି ଏଚପିସିର ତୃଣମୂଳ ସଂଯୋଜକ ଶ୍ରୀ ଶେଖର ଚନ୍ଦ୍ର ବେହେରା ଓ ଗଜପତି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ , ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ନଟବର ଗରଡ଼ା ଯୋଗଦେଇ ଜାତୀୟ କ୍ରୀଡା ହକି ଖେଳର ବିଭିନ୍ନ ସଂମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।
ଗଜପତି ଜିଲ୍ଲାରେ ଖେଳାଳି ଭାବେ ଉଭା ହୋଇ ଜିଲ୍ଲା , ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିବା ପାଇଁ ଦିଗଦର୍ଶନ ଦେଇଥିଲେ। ଏହା ପରେ ଏହି ଅଧିକାରୀ ମାନଙ୍କ ସହିତ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ସହ ହକି ଖେଳର ପ୍ରଦର୍ଶନ କରିଥିଲେ। ବିଶେଷ କରି ହରିଜନ ଓ ଆଦିବାସୀ ପିଲାଙ୍କୁ ଓଡିଶା ସରକାର ହକି ଖେଳରେ ଅଧିକ ଗୁରୁତ୍ୱ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.