ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସାନ ରାଧାକାନ୍ତ ମଠରେ ( ନୃସିଂହନାଥ ମଠ) ମଇ ମାସ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ମହନ୍ତ ଶ୍ରୀ ନରୋତ୍ତମ ଦାସଜୀ ମହାରାଜଙ୍କ ୫ମ ବାର୍ଷିକ ସ୍ମରଣ ବ୍ରଜ ପାପ୍ତି ମହୋତ୍ସବ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁଅଛି।
ଗତ ଅପ୍ରେଲ ୩୦ ତାରିଖ ସନ୍ଧ୍ୟାରେ କଳସ ଯାତ୍ରା ଶୁଭାଦିବାସ ହୋଇଥିଲା।
ମଇ ମାସ ୧ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର କୁମରଡା ରାଧାକୃଷ୍ଣ ମନ୍ଦିରର ମହନ୍ତ ସନ୍ଥ ଚରଣ ଦାସଜୀ ମହାରାଜ ଭାଗବତ ପାରାୟଣ କରିଥିଲେ। ଜଗନ୍ନାଥ ଧାମର ପଣ୍ଡିତ ମହନ୍ତ ଶ୍ରୀ ଛନ୍ଦା ଚରଣ ଦାସଜୀ ମହାରାଜ ପ୍ରବଚନ ଦେଇଥିଲେ।
ଏହି ଭାଗବତ ପାରାୟଣରେ ଶୁକଦେବ ଆଗମନ , ୧୦ ଅବତାର ବର୍ଣ୍ଣନା , ଧ୍ରୁବଙ୍କ ଚରିତ୍ର , ପ୍ରଭଞ୍ଜନ ଉପାଖ୍ୟାନ , କପିଳ ଭଗବାନଙ୍କ ଅବତାର , ପୁରଞ୍ଜନ ଉପାଖ୍ୟାନ , ଅଜାମିଳ ଉପାଖ୍ୟାନ , ଭକ୍ତ ପ୍ରହ୍ଲାଦଙ୍କ ଚରିତ୍ର , ଗଜଧାରଣ ବାମନ ଅବତାର ଲୀଳା , ସମୁଦ୍ର ମନ୍ଥନ ଲୀଳା , ଦଶମ ସ୍କନ୍ଧ , ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା , ନନ୍ଦୋତ୍ସବ , ଗିରି ଗୋବର୍ଦ୍ଧନ ପୂଜା , ରୁକୁଣୀ ବିବାହ , ମଥୁରା ଗମନ , ଦ୍ବାରିକା ଲୀଳା , ହଂସା ଉପାଖ୍ୟାନ , ଦ୍ବାଦାଶ ସ୍କନ୍ଧ ସଂଚିତ ବିବରଣୀ ଆଦି ସ୍ଥାନ ପାଇଛି।
ଏହି ମହୋତ୍ସବରେ ଶ୍ରୀଧାମ ବୃନ୍ଦାବନ ଧାମରୁ ଶ୍ରୀ ମହନ୍ତ ସତ୍ୟ ହରିଣ ଦାସ ମହାରାଜ , ମହନ୍ତ ଶ୍ରୀ କୃଷ୍ଣ ଚୈତନ୍ୟ ଦାସ ଜୀ ମହାରାଜ , ପୁରୀ ଧାମରୁ ମହନ୍ତ ସନାତନ ଦାସ ଜୀ ମହାରାଜ , ପାରଳାଖେମୁଣ୍ଡି ଦେବୀ ମଠ ମହନ୍ତ ଶ୍ରୀ ସୀତାରାମ ଦାସ ଜୀ ମହାରାଜ ପ୍ରମୁଖ ଆସି ଯୋଗ ଦେଇଛନ୍ତି।
ଏହି ମହୋତ୍ସବରେ ପାରଳାର ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ଭଜନ , ସଂକୀର୍ତ୍ତନ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ , ବୀର କିଶୋର ପଟ୍ଟନାୟକ , ରବିନାରାୟଣ ଚୌଧୁରୀ , ଜସମିନ ଗମାଙ୍ଗ ପ୍ରମୁଖଙ୍କ ଦ୍ବାରା ସଂଗୀତ ପରିବେଷଣ କରିଥଲେ।
ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମ ଶେଷରେ ଭକ୍ତବୃନ୍ଦଙ୍କୁ ମିଷ୍ଟାନ୍ନ ବଣ୍ଟନ , ଫଳ ବଣ୍ଟନ , ପ୍ରସାଦ ବଣ୍ଟନ କରାଯାଉଛି।
ସମସ୍ତ କାର୍ଯ୍ୟକ୍ରମକୁ ମଠର ମହନ୍ତ ଶ୍ରୀ ମଦନ ଗୋପାଳ ଦାସଜୀ ଏବଂ ବାବା ମଧୁସୁଦନ ଦାସ ପ୍ରମୁଖ ପରିଚାଳନା କରିଥଲେ। ଏହି ପାରାୟଣରେ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଉଛି।
Sign in
Sign in
Recover your password.
A password will be e-mailed to you.