ରାଉରକେଲା,(ବସନ୍ତ କୁମାର ଜେନା); ଭଲ କାମ କରିବାର କୌଣସି ସୀମା ନଥାଏ। ଏହା ସହିତ ଭଲ କାମର ପ୍ରସଂଶା ମଧ୍ୟ ହେବା ଉଚିତ । ଏହା ର ଉଦାହରଣ ସୃଷ୍ଟି କରିଛନ୍ତି ରାଉରକେଲା ପୋଲିସ ।
ଭଲ କାମ ଏବଂ ମାନବିକତା ଲାଗି ରାଉରକେଲା ପୋଲିସ ଜଣେ ଯୁବକ ନିରଜ ଚତୁର୍ବେଦୀ ଙ୍କୁ ପ୍ରସଂସାପତ୍ର ଦେଇଛନ୍ତି । ଏହି ପ୍ରସଂସାପତ୍ର ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଙ୍କ ଉପସ୍ଥିତିରେ ପଶ୍ଚିମାଞ୍ଚଳ ଡି ଆଇ ଜି ଜୟ ନାରାୟଣ ପଙ୍କଜ ନିରଜ ଙ୍କୁ ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଏପ୍ରିଲ ୨୧ ତାରିଖ ଦିନ ନିରଜ ୫ ନମ୍ବର ସେକ୍ଟର ଯାଉଥିବା ବେଳେ ପାନ୍ଥନିବାସ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ପଡ଼ିଥିଲେ। ତାଙ୍କ ପାଖରେ କେହି ନଥିବାରୁ ନିରଜ ତାଙ୍କୁ ଆଇ ଜି ଏଚ ଚିକିତ୍ସା ଲାଗି ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆଇ ଜି ଏଚ କର୍ତ୍ତୃପକ୍ଷ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ନିରଜଙ୍କୁ ୫ ହଜାର ଟଙ୍କା ଜମା କରିବାକୁ କହିଥିଲେ। କିନ୍ତୁ ଆହତ ବ୍ୟକ୍ତି ଅଚିହ୍ନା ଥିବାରୁ ତାଙ୍କ ପରିବାର ବର୍ଗ ଆସିଲେ ଟଙ୍କା ଜମା କରିବା ନେଇ ନିରଜ କହିଥିଲେ। ମାତ୍ର
ଆଇ ଜି ଏଚ କର୍ତ୍ତୃପକ୍ଷ ଏଥିରେ ଅରାଜି ହେବାରୁ ନିରଜ ନିଜ ପକେଟରୁ ଟଙ୍କା ଜମା କରିଥିଲେ। ପରେ ଆଇ ଜି ଏଚ କର୍ତ୍ତୃପକ୍ଷ ଆହତ ଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ରେଫର କରିଥିଲେ ଏବଂ ସେଠାରୁ ତାଙ୍କୁ ଚିକିତ୍ସା ଲାଗି ଜେ ପି ହସପିଟାଲ ପଠାଯାଇଥିଲା। ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା କରିବାର ସରକାରୀ ନିର୍ଦ୍ଧେଶ ଥିଲେ ମଧ୍ୟ ଆଇଜିଏଚ କର୍ତ୍ତୃପକ୍ଷ ଏହା କରିନଥିବାରୁ ଅଭିଯୋଗ ପରେ ୧୯ ନମ୍ବର ସେକ୍ଟର ଥାନାରେ ଏକ ମାମଲା ଦାୟର ହୋଇଛି। ପୋଲିସ ଅନୁସନ୍ଧାନ ଜାରି ରହିଛି।
ତେବେ ଭଲ କାମ ଏବଂ ମାନବିକତା ଦେଖାଉଥିବା ଲୋକଙ୍କ ସହ ଓଡିଶା ପୋଲିସ ସବୁବେଳେ ରହିଥିବା ଏକ ଟୁଇଟ ରେ କୁହାଯାଇଛି
Sign in
Sign in
Recover your password.
A password will be e-mailed to you.