ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ଲଉଡିଦରହା ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଗ୍ରାମର ଚିରାଲ ନଦୀରୁ ଏକଶହ ଏକ କଳଶ ବୁଡାଇ ନାମ ସଂକୀର୍ତ୍ତନ ମଣ୍ଡପରେ ସ୍ଥାପନ କରିଥିଲେ।ପରେ କିର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ଯଜ୍ଞ ଶୁଭାରମ୍ଭ କରାଯାଇଥିଲା।ଏହି ନାମ ଯଜ୍ଞରେ ଯଜ୍ଞ କର୍ତ୍ତା ଭାବେ ସାମ୍ବାଦିକ ମନୋହର ଦାଶ ଧର୍ମପତ୍ନୀ ସୁଜାତା ଦାଶ ଯୋଗ ଦେଇଥିଲେ।ଯଜ୍ଞ ରେ ପଣ୍ଡିତ ମନୋଜ ପାଢ଼ୀ,ଖଗେଶ୍ବର ମହାପାତ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ଅଷ୍ଟ ପ୍ରହର ନାମ ଯଜ୍ଞରେ ପ୍ରଧାନଟିକ୍ରା,ପିପିଲିପାଲି,ଧୁବଲପଡା,ଗ୍ରାମ ର ସଂକୀର୍ତନ ଦଳ ସାମିଲ ହୋଇଥିଲେ ।ଦଧି ହାଣ୍ଡି ଭଙ୍ଗ କରାଯାଇ ସନ୍ଧ୍ୟା ରେ ନଗର ଭ୍ରମଣ କରାଯାଇ ସମାପନ ହୋଇଥିଲା।ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।ସମସ୍ତ କାର୍ଯ୍ୟକ୍ରମ କୁ କିଶୋର ସାମଲ,ରାମଦାସ ମାଝୀ,ରବି ପ୍ରଧାନ, ମନୋଜ ପ୍ରଧାନ, ନରେଶ ଠାକୁର,ମହେନ୍ଦ୍ର ପ୍ରଧାନ,ଯଦୁମଣି ଖର୍ଷେଲ,ସୁଶାନ୍ତ ସିଂ ପରିଚାଳନା କରିଥିଲେ।ଛତିଶଗଡ଼ ଅଞ୍ଚଳର ଶ୍ରଦ୍ଧାଳୁ ଙ୍କ ପ୍ରବଳ ଜନସମାଗମ ହୋଇଥିଲା।।
Sign in
Sign in
Recover your password.
A password will be e-mailed to you.