ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ । ଛାତ ସିଲିଂ ଖସି ମହିଳା କର୍ମଚାରୀ ଆହତ । ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟଳୟ ମଧ୍ୟରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ମଧ୍ୟରେ ଘଟିଛି ଏହି ଅଘଟଣ । ସୂଚନାଅନୁସାରେ,ଗୁରବାର ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂହ ଲାଗୁରି ଓ କିଛି କର୍ମଚାରୀ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ କରୁଥିଲେ। ଏହି ସମୟରେ ହଠାତ୍ ଛାତରେ ହୋଇଥିବା କାର୍ଡ ବୋର୍ଡ ସିଲିଂ ଖସି ପଡିଥିଲା । ଯାହାଫଳରେ ତଳେ ବସିଥିବା ଜଣେ ମହିଳା କର୍ମଚାରୀ ଏଥିରେ ଆହତ ହୋଇଛନ୍ତି ।ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଭାବରେ ବ୍ୟବହୃତ ହେଉଥିବା କୋଠା ରାଜା ଅମଳରେ ତିଆରି ହୋଇଥିଲା। ପାଟଣା ରାଜୁତି ସମୟରେ ମହାରାଜା ପୃଥ୍ୱୀରାଜ ସିଂହ ଦେଓ 1920 ମସିହା ବେଳକୁ ଏହାର ନିର୍ମାଣ କରିଥିଲେ। ଯାହା ସେତେବେଳେ ଜାମିନଦାରଙ୍କ ଆଶ୍ରୟ ସ୍ଥଳ ବା ବଙ୍ଗଳା ଭାବରେ ବ୍ୟବହାର ହେଇଥିଲା । ତେବେ ଭାରତ ସ୍ଵାଧୀନ ହେବା ପରେ ଓ ପାଟଣା ରାଜ୍ୟ ଅର୍ଥାତ୍ ବଲାଙ୍ଗୀର ଓଡ଼ିଶାରେ ମିଶ୍ରଣ ପରେ ଏହାକୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଭାବରେ ବ୍ୟବହାର କରା ଯାଇଆସୁଛି । ତେବେ ରକ୍ଷଣା ବେକ୍ଷଣ ଅଭାବରେ ଏଠି ପରବର୍ତ୍ତୀ ସମୟରେ କରାଯାଇଥିବା ଛାତ କାର୍ଡ ବୋର୍ଡ ସିଲିଂ ଦୁର୍ବଳ ହୋଇ ତଳକୁ ଖସିବା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ପ୍ରଥମ କରି ଜଣେ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏହାର ସଠିକ ମରାମତି ଆବଶ୍ୟକ ଥିବାର କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.