ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଓଡିଶା ଛତିଶଗଡ଼ ସୀମାନ୍ତ ରେ ବେ ଆଇନ ଚୋରା ଚାଲାଣ ବେଳେ ପାଇକମାଲ ଅବକାରୀ ବିଭାଗ ୩୮କୁଇଣ୍ଟାଲ୨୨କିଗ୍ରା ମହୁଲ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଛନ୍ତି।ଏହା ସହ ଛତିଶଗଡ଼ ଅଞ୍ଚଳ ର ଏକ ଟାଟା ୪୦୭ ଗାଡି କୁ ଜବତ କରାଯାଇଛି।ସୂଚନା ପ୍ରକାରେ ଅବକାରୀ ବିଭାଗ ପେଟ୍ରୋଲିଂ ବେଳେ ସୁକମାନିପୁର ରୁ ଛତିଶଗଡ଼ ରାଜ୍ୟ ସାକ୍ରା କୁ ମହୁଲ ବୋଝେଇ ଟାଟା ୪୦୭ ଗାଡି କୁ ଓଡିଶା ଛତିଶଗଡ଼ ସୀମାନ୍ତ ଠାରେ ଅଟକାଇ ଯାଞ୍ଚ କରାଯାଇଥିଲା।ଏଥିରେ ୮୫ପ୍ୟାକେଟ ବେଆଇନ ମହୁଲ ଚାଲାଣ ହେଉଥିବା ଜଣାପଡିଥିଲା।ଜବତ ହୋଇଥିବା ମହୁଲ ର ଆନୁମାନିକ ମୂଲ୍ୟ ୧୫୦୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି।ଏ ନେଇ କେଶ ନଂ -୧୬/୨୨.୨୩ ରୁଜୁ କରି ଡ୍ରାଇଭର କୁ କୋର୍ଟ ଚାଲାଣ କରାଯାଇଥିବା ପାଇକମାଲ ଅବକାରୀ ଅଧିକାରୀ ରାଜକୁମାର ବେହେରା ସୂଚନା ଦେଇଛନ୍ତି।ଏହି ଚଢ଼ଉ ରେ ରାଜକୁମାର ବେହେରା ପାଇକମାଲ ଅବକାରୀ ଅଧିକାରୀ,ବିଜୟ କୁମାର ପାଣିଗ୍ରାହୀ ଏ.ଏସ.ଆଇ,କେନାଲୁ ଭୋଇ,ପ୍ରେମାନନ୍ଦ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.