ଭୁବନେଶ୍ୱର : “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେବସ୍ତ୍ର ଓ ଛତା ଆଜି ଅପରାହ୍ନ ଘ.୩.୩୦ ମିନିଟ୍ ସମୟରେ ଭୁବନେଶ୍ୱରମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍ମେଂଟ୍ ଓ କଲଚରାଲ୍ ସୋସାଇଟି (ସତ୍ୟନଗର ହୋମ୍ଟାଉନ୍ ପାଖ)ରେ ବଂଟନ କରାଯାଇଥିଲା । “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହକରାଯାଇଥିବା ପୁରୁଣା, ନୂତନ ବସ୍ତ୍ର ଏବଂ ଛତା ଯେଉଁମାନଙ୍କ ରବସ୍ତ୍ରର ଅଭାବ ଓ ଛତାର ଅଭାବ ଅଛି ସେହିମାନଙ୍କୁବଂଟନ କରାଯାଇଥିଲା । ବସ୍ତ୍ର ଅଭାବ ଥିବା ଏବଂଛତା ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ଦେଇ ସେହି ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ “ଉଡ୍ର” ତରଫରୁଏହା ଏକ ଛୋଟ ପ୍ରୟାସ । ଏହି ବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ବିଗତ ୬ ବର୍ଷ ହେବ ହୋଇଆସୁଅଛି । ପୂର୍ବବର୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ବସ୍ତ୍ର ବଂଟନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ଆପଣ ଆପଣଙ୍କର ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ । ଏହି ବଂଟନ କାର୍ଯ୍ୟକ୍ରମରେ “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ସୁଲୋଚନା ଦାସ (ମେୟର, ଭୁବନେଶ୍ୱରମହାନଗର ନିଗମ),ଅନନ୍ତ ନାରାୟଣଜେନା (ବିଧାୟକ, ଭୁବନେଶ୍ୱର), ପୁଷ୍ପାଞ୍ଜଳୀସେଠୀ (କର୍ପୋରେଟର, ୱାର୍ଡ ନଂ-୩୪), ନରେନ୍ଦ୍ରକୁମାର ସେଠୀ, ରୁଦ୍ରାକ୍ଷ ପାଣିଗ୍ରାହୀ, ରାଜେନ୍ଦ୍ର ଆଚାର୍ଯ୍ୟ, ଲୋକନାଥ ପଣ୍ଡା, ମମତା ରାଉତ, ତୁଷାର ପଟ୍ଟନାୟକ, ଶୀତଲ୍ ପାତ୍ର, ଜିନା ସାମଲ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀ ପ୍ରସାଦ ମଙ୍ଗରାଜ, ପ୍ରଭାତ ଶତପଥି, କିଶୋର ଦାସ, ଭାଗ୍ୟଧର ସାମଲ, ବାବୁବାବୁ, ପୱନ ପାତ୍ରୋ, ଜୋଷିକା ବୋଷ, ତାପି ମିଶ୍ର ଓ “ଉଡ୍ର” ପରିବାରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.