ବିଶ୍ୱ ଧରିତ୍ରୀ ଦିବସ ୨୦୨୨ ଅବସରରେ ସଷ୍ଟେନେବିଲିଟି ପ୍ରତି ଏହାର ପ୍ରତିବଦ୍ଧତା ଦୋହରାଇଛି ଟାଟା ଷ୍ଟିଲ୍ କଳିଙ୍ଗନଗର

0

ଏହି ଦିବସ ଅବସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର/କଳିଙ୍ଗନଗର:ଏକ ଦିର୍ଘସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଶୁକ୍ରବାରଦିନ ଏହାର କାରଖାନା ପରିସରରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ବିଶ୍ୱ ଧରିତ୍ରୀ (ପୃଥିବୀ) ଦିବସ ପାଳନ କରାଯାଇଛି ।
ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅପରେସନ୍‌ସ ବିଭାଗ ମହାପ୍ରବନ୍ଧକ କରମବୀର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ଚାରା ରୋପଣ କରିବାସହ ଏହି ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ । ପରିବେଶ ସନ୍ତୁଳନ ବଜାୟ ରଖିବା ସହିତ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥକର ଜୀବନ ଲାଗି ଯୋଗଦାନ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ ।
ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅପରେସନ୍‌ସ ବିଭାଗ ମହାପ୍ରବନ୍ଧକ କରମବୀର ସିଂହ କହିଛନ୍ତି ଯେ, “ଟାଟା ଷ୍ଟିଲ୍ କଳିଙ୍ଗନଗର ଏହାର ଦିର୍ଘସ୍ଥାୟୀ ଅଭିଯାନକୁ ଏଭଳି ଭାବେ ପ୍ରସ୍ତୁତ କରିଛି ଯାହା ପରିବେଶ ଉପରେ କମ୍ ପ୍ରଭାବ ପକାଇବା ସହିତ ଅନ୍ୟ ବ୍ୟବସାୟୀକ ସଂସ୍ଥାମାନଙ୍କୁ ଜୈବବିବିଧତାର ସୁରକ୍ଷା, ଉନ୍ନତି ଓ ପୁନରୁଦ୍ଧାର କ୍ଷେତ୍ରରେ ନିୟାମକ ବ୍ୟବସ୍ଥା ଉର୍ଦ୍ଧକୁ ଯାଇ ସକାରାତ୍ମକ ଫଳ ହାସଲ କରିବାକୁ ଅନୁପ୍ରାଣିତ କରିବ । ଏହି ବୃକ୍ଷରୋପଣ ଓ ଜୈବ ବିବିଧତା ଭିତିକ ଅଭିଯାନ ଆଗାମୀ କିଛି ବର୍ଷରେ ପରିବେଶ ପାଇଁ ବହୁ ଜରୁରୀ ଓ ଗୁଣାତ୍ମକ ଫଳ ଆଣିଦେବ ।’’
ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗର କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଯୋଗଦାନ ଦେଖିବାକୁ ମିଳିଥିଲା । ଏଚ୍‌ଏସ୍‌ଏମ୍‌, ମେକାନିକାଲ୍‌, କର୍ପୋରେଟ୍ ସର୍ଭିସେସ୍‌, ଆର୍‌ଏମ୍‌ଏଚ୍‌ଏସ୍‌, ଇଲେକ୍ଟ୍ରିକାଲ୍ ମେଣ୍ଟେନାନ୍‌ସ ଆଦି ବିଭିନ୍ନ ବିଭାଗର ମୁଖ୍ୟମାନେ ଆଗ୍ରହର ସହିତ ଚଳିତ ବର୍ଷର ବିଷୟବସ୍ତୁ “ଆମ ଗ୍ରହରେ ନିବେଶ କରିବା’କୁ ପାଳନ କରିବା ଲାଗି ଚାରାରୋପଣ କରିଥିଲେ ।

Leave A Reply

Your email address will not be published.