ପୂଜ୍ୟବାବା ବଳିଆଙ୍କୁ ବାଲିକୁଦା ଅଞ୍ଚଳ ବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ପରାହାଟ ବୈକୁଣ୍ଠନାଥ ଆଶ୍ରମ ଠାରେ ପଦ୍ମଶ୍ରୀ ପୂଜ୍ୟପୂଜା ବାବା ବଳିଆଙ୍କୁ ବାଲିକୁଦା ଅଞ୍ଚଳ ବାସୀଙ୍କ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବରେ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପଦ୍ମଶ୍ରୀ ବାବା ବଳିଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପ୍ରକାଶ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜଟାଧାରୀ ଦାସ, ଡଲି ଜେନା, ଶିବବ୍ରତ ଦାସ, ଆର୍ତ୍ତବନ୍ଧୁ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ବାବା ବଳିଆ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଆରପଟେ ଆଧ୍ୟାତ୍ମିକ ଜୀବନ ମଧ୍ୟରେ ପରିବେଶର ସୁରକ୍ଷା, ଗଣତନ୍ନ ର ସୁରକ୍ଷା, ନିଶା ନିବାରଣ ଓ ପତିହାରା ମାଆ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ବାବା ବଳିଆ ପ୍ରଥମ ଲକ୍ଷ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.