ଶ୍ରୀ ଶ୍ରୀ ହରିଶଙ୍କର ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ଚତୁର୍ଦ୍ଦଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ

0 2

ପାଟଣାଗଡ଼,ଶାସକ ପ୍ରଶାସକ,(ଯତୀନ୍ଦ୍ର ନନ୍ଦ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଆଗାମୀ ୧୪ରୁ ୧୬ ତାରିଖ ଯାଏ ତିନି ଦିନ ଧରି ହେବାକୁ ଥିବା ବୈଶାଖ ଚତୁର୍ଦ୍ଦଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଇତିମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଟିତ ବୈଠକରେ ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ମିଶ୍ର, ବ୍ଲକ ଅଧକ୍ଷ୍ୟା ନିରୂପମା ପଟେଲ, ଜିଲ୍ଲା ପରିସଦ ସଦସ୍ୟା ପ୍ରମିଳା ପାଥର, ସଂଯୁକ୍ତା ମେହେର ଯୋଗ ଦେଇଥିଲେ । ଏହି ଅବସରରେ ମେଳା କାର୍ଯ୍ୟକ୍ରମରେ କିପରି ଭିଡ ନିୟନ୍ତ୍ରଣ, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୂଜା ପାଠ କିପରି ସୁରୁଖୁରୁରେ ହେବ ଏନେଇ ଆଲୋଚନା ହୋଇଥିଲା । କରୋନା କଟକଣା ପାଇଁ ଦୁଇବର୍ଷ ଧରି ମେଳା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମେଳା ଧୁମ୍‌ଧାମ୍‌ ସହ ପାଲନ ହେବ ବୋଲି ଆଲୋଚନା ହୋଇଥିଲା । ବୈଠକରେ ଦେବୋତ୍ତର କମିଟି ସଦସ୍ୟ ଝାରୁ ମେହେର, ସୁନୀଲ ଗୋୟଲ, ରାଜେଶ ପୁରୋହିତ, ରାଣା ପ୍ରଧାନ, ଅଭୟ ତ୍ରିପାଠୀ, ପଞ୍ଚୁଦେବ ସାହୁ, ଶଶୀ ପୁଝାରି, ବିପ୍ର ବିଶି, ରୋହିତ ମେହେର, ସବ କମିଟି ସଦସ୍ୟ ଇନ୍ଦ୍ରମଣି ସାହୁ, ଶତ୍ରୁଘନ ନାଏକ, ଗଜ ନାଗ, ପ୍ରହଲ୍ଲାଦ ଚାନ୍ଦ, ସୁଶୀଲ କୁମାର ଗୁରୁ, ବଳରାମ ବେହେରା, ସୁମତି ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.