ଜିଲ୍ଲା ପରିବହନ କାର୍ଯ୍ୟାଳୟରେ କମ୍ପ୍ୟୁଟର ପରିଚାଳିତ ମ୍ୟାନେଜମେଣ୍ଟ ସିଷ୍ଟମ ର ଶୁଭ ଉଦ୍ଘାଟନ

0 2

ସୁବର୍ଣ୍ଣପୁର (ପ୍ରକାଶ ହାତୀ) ସୋନେପୁର ଜିଲ୍ଲାର ଜନ ସାଧାରଣଙ୍କୁ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ସମୋଚିତ ଏବଂ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବୋଲି ସୁନିଲ ନର୍ବାଣେଙ୍କ ଦ୍ୱାରା କମ୍ପ୍ୟୁଟର ପରିଚାଳିତ ମ୍ୟାନେଜମେଣ୍ଟ ସିଷ୍ଟମ ର ଶୁଭ ଉଦ୍ଘାଟନ ହୋଇଯାଇଛି। ଓଡ଼ିଶା ସରକାର ଙ୍କ ୫ ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସ୍କିମ ଦ୍ଵାରା ଜିଲ୍ଲା ପରିବହନ କାର୍ଯ୍ୟଲୟ କୁ ବିଭିନ୍ନ କାମ ପାଇଁ ଆସୁଥିବା ଜନ ସାଧାରଣ ଙ୍କ ଭିଡ଼ ହେବ ନାହିଁ ଏବଂ ସେମାନେ କୌଣସି ଦଲାଲ ବା ତୃତୀୟ ବ୍ୟକ୍ତି ର ବିନା ସହାୟତ ରେ କମ୍ପୁଟର ମାଧ୍ୟମରେ ସ୍ୱୟଂ ସହଯୋଗୀ ସେବା ପାଇପାରିବେ । ଆର ଟିଓ ରବିନ ପଟ୍ଟନାୟକ ଙ୍କ ସୂଚନା ଅନୁସାରେ ଲଣ୍ଡିଙ୍ଗ ଲାଇସେନ୍ସ ପାଇବା ପାଇଁ ପରିକ୍ଷର୍ଥୀ ଙ୍କୁ ଯେଉଁ ଦିନ ଓ ସମୟ ମିଳିଥିବ ତାର ୪୫ ମିନିଟ ଆଗରୁ ପରିବହନ କାର୍ଯ୍ୟଲୟ ରେ ପହଞ୍ଚି ତାଙ୍କର କ୍ୟୁ ଆର କୋଡ଼ କୁ କମ୍ପୁଟର ଦ୍ୱାରା ସ୍କାନ କରି ଟୋକାନ ପାଇ ପାରିବେ। ତାପରେ ପ୍ରତୀକ୍ଷା ହଳ ରେ କମ୍ପ୍ୟୁଟର ପରଦା ମଧ୍ୟମ ରେ ତାଙ୍କର ପରୀକ୍ଷା ସମୟ ଏବଂ କର୍ମିକ ନମ୍ବର ଜଣାଇଦିଆଯିବା । ପ୍ରତୀକ୍ଷା ସମୟ ର ସଠିକ ଉପଯୋଗ ପାଇଁ ତାଙ୍କୁ ସଡକ ସୁରକ୍ଷା ସମ୍ବଦୀୟ ବିଭିନ୍ନ ତଥ୍ୟ ପର୍ଦା ରେ ଜଣାଇ ଦିଆଯିବ ଏବଂ ତାଙ୍କ ପରୀକ୍ଷା ସମୟ ଆସିଲେ ସେ କମ୍ପ୍ୟୁଟର ମଧ୍ୟ୍ୟମରେ ଲର୍ଣିଂ ଲାଇସେନ୍ସ ପରୀକ୍ଷା ଦେଇ ଅଳ୍ପ ସମୟ ମଧ୍ୟରେ ଚାଲି ଯାଇପାରିବେ।ସେହିପରି ବାହନ ପୋର୍ଟାଲ ରେ କମ୍ପୁଟର ମାଧ୍ୟମରେ ଇ ଚାଳନ, ଗାଡି ରେଜିଷ୍ଟ୍ରେସନ, ଡୁପ୍ଲିକେଟ ଆର ସି ,ଫିଟନେସ୍ ସାର୍ଟିଫିକେଟ, ଟ୍ରାନ୍ସଫର ଅଫ ଓନରଷିପ,ପର୍ମିଟ ପ୍ରଦାନ,ହାଇପଥୀକେସନ ଇତ୍ୟାଦି ୫୧ ପ୍ରକାର ସେବା ପାଇଁ ନିଜର ଟୋକନ ବାହାର କରି ପାରିବେ। କାମ ସମୟ ପ୍ରତୀକ୍ଷା ରେ ନିର୍ଦେଶିତ କକ୍ଷ କୁ ଯାଇ ଶୀଘ୍ର ନିଜ କାମ କରିପାରିବେ।

ସମଗ୍ର ଓଡିଶା ରେ ପାଇଲଟ ପ୍ରୋଜେକ୍ଟ ହିସାବରେ ସୁବର୍ଣ୍ଣପୁର ରେ କମ ସମୟ ରେ ଏହି କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ ହୋଇପାରି ଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ବାସୀଙ୍କୁ ଏହାର ସୁବିଧା ନେବାପାଇଁ ଅନୁରୋଧ କରିଥିଲେ।ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଆର ଟି ଓ ରବିନ ପଟନାୟକ, ଏ ଆର ଟିଓ ସୁବଶିଷ ସାହୁ ଏବଂ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ପରିବାହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.