ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା : ୱାର୍ଲ୍ଡ ଲିଡ଼ରସିପ୍‍ ଏକାଡ଼େମୀ ପକ୍ଷରୁ ଆଲୋଚନାଚକ୍ର

0

ଭୁବନେଶ୍ୱର : ୱାର୍ଲ୍ଡ ଲିଡ଼ରସିପ୍‍ ଏକାଡ଼େମୀ ଓ କିଟ୍‍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଭାପତିତ୍ୱ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଶିକ୍ଷା ଓ ସାମାଜିକ ବିକାଶ ପାଇଁ ଶୃଙ୍ଖଳା ଏକାନ୍ତ ଆବଶ୍ୟକ । ରାଜ୍ୟରେ ଶହେରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟର ଶିକ୍ଷାଗତ ମାନ ବୃଦ୍ଧି କରାଇ କିଭଳି ସେହି ମହାବିଦ୍ୟାଳୟଗୁଡ଼ିକ ନାକ୍‍ ମାନ୍ୟତା ପାଇପାରିବେ ସେ ଦିଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେଇ ଆସୁଛି । ଏହା ସହ ଉନ୍ନତ ଗବେଷଣା ପାଇଁ ନିଃଶୁଳ୍କ ଇ-ପାଠାଗାର, ଇ-ପରୀକ୍ଷାଗାର ଆଦି ସୁବିଧା ମଧ୍ୟ କିଟ୍‍ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ଆଲୋଚନାଚକ୍ରରେ ଯୋଗ ଦେଇthiba ଅଧ୍ୟାପିକା ଅଧ୍ୟାପିକାମାନଙ୍କୁ ଶିକ୍ଷାର ବିକାଶ ନିମନ୍ତେ ୪ ସୂତ୍ରୀ ମନ୍ତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ୫ଶହରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ । ଦିନ ତମାମ ଶିକ୍ଷାର ପ୍ରାସଙ୍ଗିକତା ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

ଏହା ସହ ଶିକ୍ଷାର ବିକାଶ ନେଇ କିଟ୍‍ ବିଶ୍ୱବିଦ୍ୟାଳୟ ଓ ୨୦ରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଗଙ୍ଗାଧରମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍‍ ନାଗରାଜୁ, ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା, ସମ୍ବଲପୁରସ୍ଥିତ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ରେଭେନ୍‍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଏବଂ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସ୍ଥାୟୀ ସମାଜ ଗଠନ ଦିଗରେ ଶିକ୍ଷାର ଭୂମିକା ଉପରେ ଆଲୋଚନା କରିଥିଲେ । ୱାର୍ଲ୍ଡ ଲିଡ଼ରସିପ୍‍ ଏକାଡ଼େମୀ ସଦସ୍ୟ ପ୍ରଫେସର ଜୟନ୍ତ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏକାଡ଼େମୀର ଯୁଗ୍ମ ସମ୍ପାଦକ ଚିନ୍ମୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.