ଅନ୍ତରା ଠାରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

0

ଖଇରା( ବୁଲୁ ଲେଙ୍କା): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ଅନ୍ତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନ୍ତରା ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ଓଡ଼ିଶା ଗଠନର ନବନିର୍ମାତା ସ୍ବର୍ଗତ ବିଜୁ ବାବୁଙ୍କର ଶ୍ରାଦ୍ଧ ବାର୍ଷିକ ଉତ୍ସବ ପଞ୍ଚାୟତ ବିଜେଡି ସଭାପତି ଶ୍ରୀ ରଘୁନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ୬ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ସୁଷମା ମହାପାତ୍ର ଯୋଗଦେଇ ବିଜୁ ବାବୁଙ୍କର ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରୁ ସରପଞ୍ଚ ରଶ୍ମିତା ଯେନା, ସମିତି ସଭ୍ୟା ସବିତାରାଣୀ ପଣ୍ଡା, ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟ, ବରିଷ୍ଠ ବିଜେଡି ନେତା ହରେକୃଷ୍ଣ ବିଶ୍ୱାଳ, ନରେଶ କର ଯୋଗ ଦେଇ ବିଜୁ ବାବୁଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ମହାପାତ୍ର,ପ୍ରମୋଦ ଦାଶ, ସୌମ୍ୟସୁନ୍ଦର ମହାନ୍ତି, ଭରତ ଯେନା,ଯୁବ ବିଜେଡି ସଭାପତି ସୁବାସ ଜେନା,ଦୈତାରୀ ବାରିକ, ଗଦାଧର ନାଏକ, ବୈକୁଣ୍ଠ ବେହରା, ଘନଶ୍ୟାମ ବେହେରା ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

Leave A Reply

Your email address will not be published.