ଜଗତସିଂହପୁର, ସୁମନ୍ତ କୁମାର ଦାସ:ପ୍ରବାଦ ପୁରୁଷ ତଥା ମହାନ ଜନନାୟକ କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବିଜୁଜନତା ଦଳର ସ୍ଵେଚ୍ଛାକୃତ ରକ୍ତଦାନ ଅଭିଯାନ “ଜୀବନ ବିନ୍ଦୁ ” ଓଡ଼ିଶାର ସମସ୍ତ ବ୍ଲକରେ ଆୟୋଜନ କରାଯାଇଥିବା ବେଳେ ତିର୍ତ୍ତୋଲ ବ୍ଲକର ଶାରଳାପୀଠ ନିକଟସ୍ଥ ବସନ୍ତ ବଗିଚାରେ ଆୟୋଜନ କରାଯାଇଛି । ଏହି ରକ୍ତଦାନ ଅଭିଯାନର ଶୁଭାରମ୍ଭ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିଜୁ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କରିଥିଲେ । ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ବିଶ୍ୱାଳ, ଜଗତସିଂହପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସଂନ୍ଧ୍ୟାରାଣୀ ମହାନ୍ତି ତଥା ବିଜୁ ଜନତା ଦଳର ଛାମୁଆ ନେତା ଓ କର୍ମୀ ଯୋଗଦେଇଛନ୍ତି । ଅପରାହ୍ନ ୧ଟା ସୁଦ୍ଧା ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି ।
Sign in
Sign in
Recover your password.
A password will be e-mailed to you.