ବାଲୁଗାଁ ଶାଳିଆ ପ୍ରେସ କ୍ଲବ ସାଙ୍ଗଠନିକ ନିର୍ବାଚନ ଶେଷ

0

ଅଜିତ ସାହୁ ସଭାପତି, ସମ୍ପାଦକ ସେକ୍ ରୋୖସନ

ବାଲୁଗାଁ:(ସେକ କୌଶର )ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଶାଳିଆ ପ୍ରେସ କ୍ଲବରେ ସାଧାରଣ ବୈଠକ ଓ ସାଙ୍ଗଠନିକ ନିର୍ବାଚନ ଶେଷ ହୋଇଛି ଏବଂ ନବ ନିର୍ବାଚିତ ପାର୍ଥି ଘୋଷଣା କରାଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା,ବାଲୁଗାଁ,ବାଣପୁରକୁ ନେଇ ଗଠିତ ହୋଇଥିବା ଶାଳିଆ ପ୍ରେସ କ୍ଲବ ବାଲୁଗାଁ ଚିଲିକା କୂଳ ନିକଟସ୍ଥ ପ୍ରେସ କ୍ଲବ ଅଫିସ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ନିର୍ବାଚନ ଫଳା ଫଳ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ଅରୁଣ କୁମାର ପଣ୍ଡା। ଦୀର୍ଘ ଦିନ ଧରି ସରକାରୀ ଏବଂ ବେସରକାରୀ ସ୍ତରରେ ନାଁ ଅର୍ଜନ କରିଥିବା ଶାଳିଆ ପ୍ରେସ କ୍ଲବର ଆଜି ନୂର୍ତନ ଭାବେ ନବ ନିର୍ବାଚନ ପାର୍ଥି ଚୟନ କରାଯାଇଥିଲା ଏଥିରେ କ୍ଲବର ୨୨ଜଣ ସାମ୍ବାଦିକ ଅଶଂ ଗ୍ରହଣ କରିଥିଲେ ଉକ୍ତ ସଭାରେ ଉପସ୍ଥିତ ରହି ନିଜ ନିଜ ମତଦାନ ଦେଇଥିଲେ ନିର୍ବାଚନ ଅଧିକାରୀ ଅରୁଣ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏଥିରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଭାପତି ଭାବେ (ଅଜିତ କୁମାର ସାହୁ) ମନୋନୀତ ହୋଇଥିବା ବେଳେ ନୂତନ ଭାବେ ଉପସଭାପତି (ସୀତାରାମ ଅଗ୍ରୱାଲ), ସମ୍ପାଦକ (ସେକ ରୋୖସନ) ଉପସମ୍ପାଦକ, ସୁଧିର କୁମାର ବେହେରା, କୋଷାଧକ୍ଷ ସଂଜୀବ ସେନାପତି ନିର୍ବାଚିତ ହୋଇଛନ୍ତି ସମସ୍ତ ନବ ନିର୍ବାଚିତ ପଦ ଅଧିକାରୀଙ୍କୁ ଶୁଭେଛା ଜଣେଇଛନ୍ତି ଶାଳିଆ ପ୍ରେସ କ୍ଲବର ସମସ୍ତ ସଦସ୍ୟ।।

Leave A Reply

Your email address will not be published.