ପ୍ରବାଦପୁରୁଷ ବିଜୁ ବାବୁ ଙ୍କର ପୁଣ୍ୟତିଥିରେ ରକ୍ତଦାନ ଶିବିର

0 2

ବରଗଡ :- ଆଜି ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ଅଗ୍ରସେନ ଭବନଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ମୋ ପରିବାରର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜ ଶ୍ରୀ ଗୌର ହରି ମିଶ୍ର, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ,ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା, ବିଜେଡ଼ି ନେତା ଶ୍ରୀ ମନ ମାଝୀ, ବିଜେଡ଼ି ଯୁବନେତା ଶ୍ରୀ ସୁବ୍ରତ ସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦୟାନିଧି ପଟେଲ, ସରପଞ୍ଚ ଶ୍ରୀ ଚୈତନ୍ୟ ବେହେରା, ଶ୍ରୀ ହିରୋ ମାଝୀ,ସୋହେଲା ସରପଞ୍ଚ ପ୍ରତିନିଧି ଶ୍ରୀ ନୀଲୁ ଝାକର, ଶ୍ରୀ କାର୍ତ୍ତିକ ନାଗ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ଶ୍ରୀ ସୁବ୍ରତ ବେହେରା ପରିଚାଳନା କରିଥିଲେ। ଏହି ଶିବିରରେ ସର୍ବମୋଟ 57 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସମସ୍ତ ରକ୍ତ ଦାତା ଏବଂ ଦଳୀୟ କର୍ମକର୍ତ୍ତା ମାନଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ ଜଣାଇଛନ୍ତି ଆୟୋଜକ ମଣ୍ଡଳୀ ।

Leave A Reply

Your email address will not be published.