ଜଗତସିଂହପୁର /ସୁମନ୍ତ କୁମାର ଦାସ: ଶନିବାର ଦିନ ସଦ୍ ଭାବନା ସଭା ଗୃହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜଗତସିଂହପୁର ଠାରେ ଶିଶୁ ପାଇଁ -ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ସମନ୍ୱତ ଭାବେ ଜିଲ୍ଲା ବାଲ୍ୟ ବିବାହ ନିରୋଧ କମିଟି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲ୍ଡଲାଇନ ଏବଂ ଶିଶୁ ଯତ୍ନ ଓ ଅଣ ଅନୁଷ୍ଠାନିକ ଯତ୍ନ, ବିଜୁ ଶିଶୁ ସୁରକ୍ଷା ଯୋଜନା ଏବଂ ବିଶେଷ କରି କୋରନା ମହାମାରୀ ସମୟରେ ପିତାମାତାଙ୍କୁ ହରାଇ ଥିବା ପିଲାମାନଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ରାଜ୍ୟସରକାର ତରଫରୁ କାର୍ଯ୍ୟକରି ହେଉଥିବା “ଆର୍ଶୀବାଦ” ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା l ପଞ୍ଚୟତା, ବ୍ଲକ ତଥା ଜିଲ୍ଲା ସ୍ତରରେ ଥିବା ଶିଶୁ ସୁରକ୍ଷା କମିଟି ତଥା ବାଲ୍ୟ ବିବାହ ପ୍ରତିରୋଧ କମିଟିର ନିୟମିତ ବୈଠକ, ଶିଶୁ ସୁରକ୍ଷା ସମ୍ପର୍କିତ ସମସ୍ୟାର ଚି଼ହ୍ନଟିକରଣ ଏବଂ ଏହାର ସମାଧାନ ନିମନ୍ତେ ତ୍ୱରିତ୍ୱ ପଦକ୍ଷେପ ନେବାକୁ ଅଧିକାରୀ ମାନେ ନିଦ୍ଦେଶ ଦେଇଥିଲେ l ଗତ ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରେ “ଆର୍ଶୀବାଦ” ଯୋଜନାରେ ସାମିଲ ହୋଇଥିବା ୭୪୭ଜଣ ପିଲାମାନଙ୍କର ଉପଯୁକ୍ତ ତଦାରଖ ଏବଂ ସେହି ପିଲାମାନେ ଏବଂ ତାଙ୍କ ପରିବାରର ସରଦସ୍ୟ ମାନଙ୍କୁ ବିଭିନ୍ନ ଉନ୍ନୟନ ମୂଳକ ତଥା ଦରିଦ୍ର ଦୂରୀକରଣ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରାଯାଇଥିଲା l
ଉକ୍ତ କାଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଏବଂ ସଭ୍ୟ ସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ /ଅଧ୍ୟକ୍ଷା, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ପୋଲିସ ବିଭାଗର କର୍ମକର୍ତ୍ତା, ଶିଶୁ ଯତ୍ନ ଅନୁଷ୍ଠାନର ଅଧିକାରୀ ଚାଇଲ୍ଡଲାଇନ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l
ପରିଶେଷରେ ନୂତନ ଭାବରେ “ଆର୍ଶୀବାଦ ” ଯୋଜନାରେ ସାମିଲ ହୋଇଥିବା ଚାରି ଜଣ ପିଲାଙ୍କୁ ପରିଚୟ ପତ୍ର, ପ୍ରମାଣ ପତ୍ର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଅତିଥି ମାନଙ୍କ ଦ୍ଵାରା ପ୍ରଦନ କରାଯାଇଥିଲା l ତିନି ଜଣ ପିଲା ଯେଉଁମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାମନା କରି ସମାଜର ମୁଖ୍ୟ ସ୍ରୋତରେ ସାମଲ ହୋଇଛନ୍ତି ସେମାନେ ସେମାନଙ୍କର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ମିଶ୍ର ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.