ରାୟଗଡ଼ ଜିଲ୍ଲା କାଶୀପୁର ନୋଡାଲ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ; ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯାଳୟ ତରଫରୁ କାଶୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଛି |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କାଶୀପୁର ତହସିଲଦାର ଶରତ ଶବର ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବାଶହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସହଯୋଗୀ ମଣ୍ଡଳ ସଂଯୋଜକ ରେଙ୍ଗୁ ନାଏକ, ଅତିରିକ୍ତ ସହଯୋଗୀ ନବୀନ ଚନ୍ଦ୍ର ଖରା, କାଶୀପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରା, ଟିକିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋଚନ ଖରା ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ଏହି ବିଜ୍ଞାନ ମେଳାରେ 18ଟି ବିଦ୍ୟାଳୟ ର 31ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ |
ଏଥିରେ ଶ୍ରେଷ୍ଠ ପ୍ରକଳ୍ପ ଭାବରେ ପ୍ରଥମ ସ୍ଥାନ ଟିକିରି, ଦ୍ଵିତୀୟ ପ୍ରକଳ୍ପ ଭାବରେ ତଳଝିରି ଓ ତୃତୀୟ ସ୍ଥାନ ଟିକିରି ହାଇସ୍କୁଲ ପୁରସ୍କୃତ ହୋଇଛନ୍ତି |ଆଗାମୀ ଦିନରେ ମନୋନୀତ ପ୍ରକଳ୍ପ ଗୁଡିକ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି |

Leave A Reply

Your email address will not be published.