ଗୁଦେରପାଲିରେ ବ୍ଳକ ସ୍ତରୀୟ ଶ୍ରୀଅରବିନ୍ଦ କର୍ମୀ ସମ୍ମିଳନୀ

0

ଗୁଦେରପାଲି-ଗାଇସିଲାଟ ବ୍ଳକ ସ୍ତରୀୟ ଶ୍ରୀଅରବିନ୍ଦ କର୍ମୀ ସମ୍ମିଳନୀ ଗୁଦେରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ କିଶୋର ଚନ୍ଦ୍ର ଦେବତା ଙ୍କ ସଭାପତିତ୍ବ ଶ୍ରୀଅରବିନ୍ଦ ପାଠ ଚକ୍ର ସଂଗଠନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଆବାହକ ଅଧ୍ୟାପକ ଧନପତି ଦେବତା ସ୍ବାଗତ ଭାଷଣ ଦେଇଥିବା ବେଳେ ସୋହେଲା ମହାବିଦ୍ୟାଳୟ ର ଅଧ୍ୟାପକ ଉପେନ୍ଦ୍ର ମହାପାତ୍ର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଧ୍ୟାପକ ରାଧାକାନ୍ତ ମିଶ୍ର ଓ ରମେଶ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୃଥିବୀରେ ଶ୍ରୀ ଅରବିନ୍ଦ ଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ବିଜେପୁର ବିଧାୟିକା ରୀତା ସାହୁ,ବ୍ଳକ ଅଧ୍ୟକ୍ଷ ପ୍ରଣୟ ସାହୁ,ବରପାଲି ନେଏସି ଅଧ୍ୟକ୍ଷ ଗହୀର ବାବୁ, ସରପଞ୍ଚ ରାମଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ।ଶିକ୍ଷା କେନ୍ଦ୍ର ର ସମସ୍ତ ଅପା ଭାଇ ସହଯୋଗ କରିଥିଲେ।

Leave A Reply

Your email address will not be published.